Odisha news

ଦେବୀ ନଦୀରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

0
ଅସ୍ତରଙ୍ଗ,,ମହାନଦୀରେ ବନ୍ୟାଜଳ ଆସିବାପରେ ,ମହାନଦୀରୁ କାଠଯୋଡି ଓ କାଠ ଯୋଡ଼ି ଦେଇ, ଦେବୀ ନଦୀ ରେ ପ୍ରବେଶ କରିଛି ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ । ଯାହା ଫଲରେ କି ଦେବିରେ ପ୍ରଥମ  ବନ୍ୟାଜଳ ପ୍ରବେଶ କରିବାଦ୍ୱାରା ତଟବର୍ତୀ ଗ୍ରାମ ମାନଙ୍କର ଲୋକ ମାନେ ଭୟ ଭିତ ହୋଇ ପଡ଼ି ଛନ୍ତି । ଦେବୀ ନଦୀର ବାଉରିଆକଣ ଠାରେ ବିପଦ ସଂକେତ ସ୍ତର ୪,୯୩ଥିବା ବେଳେ ,ଦିନ ୧୦ଘଟିକା ଠାରେ ଜଳ ସ୍ଥର ୫,୨୨ରହିଥିବା ଦେଖିବାକୁ ମିଳିଥିଲା । କାକଟପୁର ଜଳ ସେଚନ ବିଭାଗ ପକ୍ଷରୁ ବନ୍ଧ ର ସୁରକ୍ଷା ନେଇ ଚବିଶ ଘଣ୍ଟିଆ ପ୍ରହରା ବ୍ୟବସ୍ଥା ତଥା ପେଟ୍ରୋ ଲିଙ୍ଗ କୁ ଗୁରୁତ୍ଵ ଦିଆ ଯାଇ ଅଛି । ଆଉ ମଧ୍ୟ କାକଟପୁର ଜଳସମ୍ପଦ କାର୍ଯ୍ୟାଳୟ ଠାରେ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲା ଯାଇ ପ୍ରତି ଘଣ୍ଟାରେ ,ନଦୀର ଜଳସ୍ତର ସମ୍ପର୍କ ରେ ସୂଚନା ଦିଆ ଯାଉଥିବା ସହକାରୀ ଯନ୍ତ୍ରୀ ତପନ କୁମାର ନାୟକ କହିଛନ୍ତି । ବନ୍ଧ କୁ ଆବଶ୍ୟକ ସ୍ଥଳେ ସୁରକ୍ଷା ଦେବା ପାଇଁ ଯଥେଷ୍ଟ ବଳି ବସ୍ତା ଓ ବଲ୍ହା ମହଜୁତ ରଖା ଯାଇ ଅଛି ।
ଅପର ପକ୍ଷରେ, ଅନନ୍ତା,ପୁଇଁ ଚାନ୍ଦିଆ ଠାରେ ବନ୍ୟା ଜଳ ପ୍ରବାହିତ ହେବାରୁ ,ବନ୍ଧ ଅତିକ୍ରମ କରି ,ନଗର, ଆଳ ସାହି,ଆଳଙ୍ଗ ପୁର ଆଦି ପଞ୍ଚାୟତ ଜଳ ମଗ୍ଣ ହୋଇଛି । ଯାହା ଫଳରେ କି ଉକ୍ତ ପଞ୍ଚାୟତ ର ଅଧିବାସୀ ମାନେ,ଭୟଭୀତ ହୋଇ ପଡିଛନ୍ତି
Govt
Leave A Reply