Odisha news

ଏମସ ର ଖୁଲାସା : ଛୋଟ ପିଲାଙ୍କ ଟିଫିନରେ ରହିଛି ଫ୍ୟାଟି ଲିଭର ସମସ୍ୟା ଯାହା ଆଣି ଥାଏ ଜୀବନ ପ୍ରତି ବିପଦ 

0
𝙰𝙸𝙸𝙼𝚂 ର ଖୁଲାସା : ଛୋଟ ପିଲା ଙ୍କ ଟିଫିନ ରେ ରହିଛି ଫ୍ୟାଟି ଲିଭର ସମସ୍ୟା ଯାହା ଆଣି ଥାଏ ଜୀବନ ପ୍ରତି ବିପଦ

  ଲିଭର ହେଉଛି ଶରୀର ର ଫ୍ୟାକ୍ଟ୍ରି , ଯେତେବେଳେ ଫ୍ୟାକ୍ଟ୍ରି ଖରାପ ହୋଇଥାଏ ସେତେବେଳେ ଶରୀର କେତେବେଳ ପର୍ଯ୍ୟନ୍ତ ଚଳିବ l ଥରେ ଭାବି ଦେଖିଲେ ଏହା ଯଦି ଛୋଟ ପିଲାଙ୍କ ସହିତ ଘଟିବ ତେବେ ସେମାନଙ୍କ ଜୀବନ ତ ବାଜି ଲାଗି ଯିବ l ଅକ୍ଷିଳ ଭାରତୀୟ ଆୟୁର୍ବେଦ ସଂସ୍ଥା ( 𝙰𝙸𝙸𝙼𝚂 ) ପକ୍ଷରୁ ହୋଇଥିବା ଗୋଟିଏ ଅଧ୍ୟୟନ ଅନୁସାରେ ଭାରତରେ ୩୮ ପ୍ରତିଶତ ନନ ଆଲକୋହୋଲିକ ଫ୍ୟାଟି ଲିଭର ଡିଜିଜ ରହିଛି l କିନ୍ତୁ ସବୁଠି ଭୟଙ୍କର କଥାଟି ହେଲା ଏଥିରେ ୩୫ ପ୍ରତିଶତ ଛୋଟ ପିଲା ପ୍ରଭାବିତ ହୋଇ ଥାଆନ୍ତି l
ଏଥିପାଇଁ ବିଶେଷ ଭାବରେ ଆପଣଙ୍କ ପିଲାର ଟିଫିନ ବକ୍ସ ଦାୟୀ , ଯେଉଁଥିରେ ମା ମାନେ ଦେଉଛନ୍ତି ଅନ ହେଲଦି ଫୁଡ l ଏମସ ର ଏହି ଗବେଷଣା ଜର୍ଣ୍ଣାଲ ଅଫ କ୍ଲିନିକାଲ ଏଣ୍ଡ ଏକସ୍ପେରିମେଣ୍ଟାଲ ହେପଟୋ ଲୋଜି ରେ ପ୍ରକାଶିତ ହୋଇଛି l
* ଇଣ୍ଡିଆନ ଏକସ୍ପ୍ରେସ ର ସୂଚନା ଅନୁଯାୟୀ ନନ ଅଲକୋହଲିକ ଫ୍ୟାଟି ଲିଭର ଅନେକ ଥର ଜଣା ପଡି ନଥାଏ , କାହିଁକି ନା ଏହାର ଲକ୍ଷଣ ଅନେକ ସମୟରେ ଜଣା ପଡି ନଥାଏ l କିନ୍ତୁ ଲିଭର ସମ୍ବନ୍ଧୀୟ ଅନେକ ରୋଗ ଦେଖା ଯାଇଥାଏ l
* ନନ ଅଲକୋହଲିକ ଫ୍ୟାଟି ଲିଭର ର ଲକ୍ଷଣ ଓଜନ ବୃଦ୍ଧି ଦ୍ରୁତ ବେଗରେ ହେବା, ମଧୁମେହ ଅଚାନକ ହେବା , କଲେଷ୍ଟ୍ରାଲ ହାଇ ରହିବା ଇତ୍ୟାଦି କାରଣ ଅଟେ l
* ନନ ଅଲକୋହଲିକ ଫ୍ୟାଟି ଲିଭର ସମସ୍ୟା ପାଇଁ ବିଶେଷ ଭାବେ ପ୍ରଶେଷଡ଼ ଫୁଡ , ଅନ ହେଲଦି ଲାଇଫ ଷ୍ଟାଇଲ , ଅତ୍ୟଧିକ ତୈଳ ଯୁକ୍ତ ଭୋଜନ କରିବା , ଗତିହୀନ ଜୀବନ , ଅତ୍ୟଧିକ ମିଠା ଜିନିଷ ସେବନ ଓ ରେଡ ମିଟ ଖାଇବା l
* ଆଧୁନିକ ସଭ୍ୟତା କୁ ଅନୁସରଣ କରୁଥିବା ମା ମାନେ ପିଲାର ଟିଫିନ ବକ୍ସ ରେ ବିଶେଷ ଭାବେ ପ୍ରଶେଷଡ଼ ଫୁଡ ଦେଉଛନ୍ତି l ଯେପରିକି ବେକରି ଫୁଡ , ପ୍ୟାକେଜ ଫୁଡ ଦେବାକୁ ପସନ୍ଦ କରୁଛନ୍ତି l ଏହା ନନ ଅଲକୋହଲିକ ଫ୍ୟାଟି ଲିଭର ର କାରଣ ହେଉଛି l ଯାହାକି ପିଲାଟି ଦିନରୁ ଛୁଆ ମାନଙ୍କୁ ରୋଗ ଆଡକୁ ଟାଣି ନେଉଛି l
* ଆଜିର ପିଲାମାନେ ପ୍ରଶେଷଡ଼ ଫୁଡ ଓ ହାଇ କ୍ୟାଲୋରି ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଓଜନ ବୃଦ୍ଧି ର ଶିକାର ହେବା ସହ ବିଭିନ୍ନ ପ୍ରକାର ମେତବୋଲିକ ସମସ୍ୟା ହୋଇଥାଏ l ଏହି ସବୁ କାରଣରୁ ନନ୍ ଅଲକୋହଳିକ ଫ୍ୟାଟି ଲିଭାର ସମସ୍ୟା ହୋଇଥାଏ l
ଏମସ ର ସୂଚନା ଅନୁଯାୟୀ: –
– ପିଲା ମାନେ ଘରୋଇ ଖାଦ୍ୟ ଖାଇବା ଜରୁରୀ l
– ଏହାଛଡା ନିଜ ପିଲାଙ୍କୁ ପ୍ରଶେଷଡ଼ ଫୁଡ ଓ ବେକରି ଫୁଡ ଠାରୁ ଦୂରେଇ ରଖନ୍ତୁ l
– ନିଜ ପିଲାଙ୍କୁ ମନ ଇଚ୍ଛା ଖାଇବା ନଦେଇ ପୋଷାକ ତତ୍ୱ ଯୁକ୍ତ ଖାଦ୍ୟ ଖାଇବାକୁ ଦିଅନ୍ତୁ l
Leave A Reply