Odisha news

ରେଳ ସଦନ ଠାରେ ପାର୍ଟିସିପେସନ ଅଫ ରେଲୱେ ଏମ୍ପ୍ଲୋୟୀଜ ଇନ୍ ମ୍ୟାନେଜମେଣ୍ଟ (ପ୍ରେମ୍) ବୈଠକ ଅନୁଷ୍ଠିତ

0

ପରିଚାଳନାରେ ରେଳ କର୍ମଚାରୀ / ଶ୍ରମିକଙ୍କ ଅଂଶଗ୍ରହଣର ଏକ ଅଂଶ ଭାବରେ, ପୂର୍ବତଟ ରେଳପଥ ପକ୍ଷରୁ ଆଜି ଏହାର ମୁଖ୍ୟାଳୟ ରେଳ ସଦନ ଠାରେ ପାର୍ଟିସିପେସନ ଅଫ ରେଲୱେ ଏମ୍ପ୍ଲୋୟୀଜ ଇନ୍ ମ୍ୟାନେଜମେଣ୍ଟ (ପ୍ରେମ୍) ବୈଠକ ଅନୁଷ୍ଠିତ ହୋଇଯାଇଅଛି ଯେଉଁଠାରେ ରେଳପଥର ସ୍ୱୀକୃତିପ୍ରାପ୍ତ ଟ୍ରେଡ ୟୁନିୟଅନର ପ୍ରତିନିଧୀ, ଅଧିକାରୀ ସଂଘ, ପଦୋନ୍ନତି ଅଧିକାରୀ ସଂଘ ଏବଂ ରେଳବାଇ ସୁରକ୍ଷା ବଳ (ଆରପିଏଫ) ସଂଗଠନ ମାନଙ୍କର ପ୍ରତିନିଧି ମାନେ ଅଂଶଗ୍ରହଣ କରି ଫଳପ୍ରଦ ଭାବରେ ଗୁଣାତ୍ମକ କାର୍ଯ୍ୟ କରିବାକୁ ମତ ରଖିଥିଲେ |

ପାର୍ଟିସିପେସନ ଅଫ ରେଲୱେ ଏମ୍ପ୍ଲୋୟୀଜ ଇନ୍ ମ୍ୟାନେଜମେଣ୍ଟ ବୈଠକର ଧାରଣା କେବଳ ରେଳବାଇ ପାଇଁ ଅତୁଳନୀୟ ଏବଂ ବାସ୍ତବ ଅଟେ ଯାହା ପରିପକ୍ୱ ଶିଳ୍ପ ସମ୍ପର୍କର ଏକ ସାକ୍ଷ୍ୟ ଅଟେ | ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ମନୋଜ ଶର୍ମା ଏହି ବୈଠକରେ ସଭାପତିତ୍ୱ କରିଥିବାବେଳେ ଉପ ମହାପ୍ରବନ୍ଧକ ଶ୍ରୀ ଅଶୋକ କୁମାର ମିଶ୍ର ଏହି ସଭାର ସଂଯୋଜନା କରିଥିଲେ |  ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ଶରଦ କୁମାର ଶ୍ରୀବାସ୍ତବ ଙ୍କ ସହିତ ରେଳପଥର ପ୍ରମୁଖ ଅଧିକାରୀ ମାନେ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ |

Govt
Leave A Reply