Odisha news

ଧନଞ୍ଜୟପୁର ଶାସନରେ ଶିବ ବିବାହ ଉତ୍ସବ ମହାସମାରୋହରେ ପାଳିତ

0

କୁଲାଡ଼ : ଭଞ୍ଜନଗବ୍ଲକର ଧନଞ୍ଜୟପୂର ଶାସନରେ ବିଜେ ବରାଳ ବାଲୁଙ୍କେଶ୍ୱର ସ୍ଵାମୀଙ୍କ ପୀଠରେ ଶିବ ବିବାହ ଉତ୍ସବ ପାରମ୍ପରିକ ରୀତିନୀତିରେ ମହାସମାରୋହରେ ଅନୁଷ୍ଠିତ ହୋଇଯିଇଛି, ଶ୍ରୀ ଚନ୍ଦ୍ରଶେଖର ସ୍ଵାମୀଙ୍କୁ ବର ବେଶରେ ସଜ୍ଜିତ କରାଇ ସୁସଜ୍ଜିତ ବିମାନରେ ବିଜେକରି ରୋଷଣୀ ସହ ଭବ୍ୟ ପଟୁଆରରେ ସମଗ୍ର ଗ୍ରାମ ପରିକ୍ରମା କରାଯାଇଥିଲା, ଏଥିରେ ମହାଦେବଙ୍କ ବରଯାତ୍ରୀ ଭାବରେ ଵହୁ ଭକ୍ତ ଯୋଗ ଦେଇଥିଲେ, ମନ୍ଦିର ପରିସରରେ ଶିବ ପାର୍ବତୀଙ୍କ ବିବାହ ଉତ୍ସବ କାର୍ଯ୍ଯ ସମ୍ପନ୍ନ ହୋଇଥିଲା, ଗ୍ରାମ ମକଦ୍ଦମ ବୈଷ୍ଣବ ଦାଶଙ୍କ ପୌରହିତ୍ୟରେ ଅନୁଷ୍ଟିତ ବିବାହ କାର୍ଯ୍ୟକୁ ପୁରୋହିତ ଭାବେ ସତ୍ୟ ନାରାୟଣ ତ୍ରୀପାଠୀ, ଯଞ ପ୍ରସାଦ ତ୍ରିପାଠୀ ବର ଓ କନ୍ୟା ପକ୍ଷରୁ ଯୋଗ ଦେଇଥିଲେ, ଏଥିରେ ବୈଷ୍ଣବ ଦାଶ କନ୍ୟା ପିତା ହୋଇଥିବା ବେଳେ, ପ୍ରଫୁଲ୍ଲ କୁମାର ତ୍ରିପାଠୀ ବରପିତା ଭାବେ କାର୍ଯ୍ୟ ତୁଲାଇଥିଲେ, ଏହି ଅବସରରେ ନାଚ, ଗୀତର କାର୍ଯ୍ୟକ୍ରମ ସହ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା, ଉତ୍ସବରେ ମନ୍ଦିର ପରିଚାଳନା କମିଟି ର ସଦସ୍ୟ ବୃନ୍ଦ ଓ ଗ୍ରାମବାସୀ ଉପସ୍ଥିତ ରହି ସହଯୋଗ କରିଥିଲେ,

Leave A Reply