ଭାରତରେ ଅନେକ ନଦୀ ରହିଛି, ନଦୀ ଗୁଡିକୁ ପବିତ୍ର ସ୍ଥାନ ଭାରତୀୟ ସଭ୍ୟତାରେ ଗ୍ରହଣ କରିଛନ୍ତି l ଭାରତୀୟ ପରମ୍ପରା ରେ ନଦୀ କୁ ମାର ସ୍ଥାନ ଦିଆଯାଇଛି l ନଦୀ କୁ ମାର ସ୍ଥାନ ଦିଆ ଯିବା ପଛର କାରଣ ହେଉଛି ନଦୀ ଯୋଗୁଁ ଆମେ ପିଇବାକୁ ପାଣି ପାଇଥାଉ ଓ ଖାଇବା ପାଇଁ ଶସ୍ୟ ଆମଦାନୀ କରିଥାଉ l ଅନେକ ଲୋକ ଏଭଳି ଅଛନ୍ତି ଯିଏ କି ଗାଧୋଇବା ଠାରୁ ନେଇ ଲୁଗା ଧୋଇବା ପର୍ଯ୍ୟନ୍ତ କାର୍ଯ୍ୟ ନଦୀ କୂଳରେ କରି ଥାଆନ୍ତି l ଗଙ୍ଗା ଯମୁନା ଭଳି ପବିତ୍ର ନଦୀ ଏହି ପବିତ୍ର ମାଟିରେ ବିରାଜମାନ l ନଦୀ ଗୁଡିକ ର ପୂଜା ଈଶ୍ୱରଙ୍କ ସ୍ଥାନରେ ରଖି କରାଯାଇ ଥାଏ l
କିନ୍ତୁ ଏହି ଦେଶରେ ଏଭଳି ଗୋଟିଏ ନଦୀ ରହିଛି ଯାହାଠାରୁ ମଣିଷ ଦୁରେଇ ହୋଇ ରହିଥାଏ l ଏହି ନଦୀ କୁ ନେଇ ଲୋକଙ୍କ ମନରେ ଭୟ ଦେଖାଦେଇଥାଏ l ଲୋକ ମାନଙ୍କର ଧାରଣା ରହିଛି ଯେ ଏହି ନଦୀ ର ଜଳ ଛୁଇଁବା ପାପ ଅଟେ l ଏହି ନଦୀଟିର ନାମ କର୍ମନାଶ ନଦୀ l ଏହି ନଦୀ ଟି ଉତ୍ତର ପ୍ରଦେଶ ଓ ବିହାର ମଧ୍ୟରେ ପ୍ରବାହିତ ହୋଇ ଯାଇଛି l କିନ୍ତୁ ଏହି ନଦୀ ର ଅନେକ ଅଂଶ ଉତର ପ୍ରଦେଶ ରେ ରହିଛି l ଏହି କର୍ମନାଶ ନଢି ସୋନଭଦ୍ର , ଛନ୍ଦୋଲି , ବାରଣାସୀ ଓ ଗାଜିପୁର ଦେଇ ପ୍ରବାହିତ ହୋଇ ଯାଇଛି ଓ ବକ୍ସର ରେ ପହଂଚି ଗଙ୍ଗାରେ ମିଶି ଯାଇଛି l ଯଦି ଏହି ନଦୀ ଟିର ନାମ ଅର୍ଥକୁ ଦେଖିବା ତେବେ କର୍ମ କୁ ନାଶ କରୁଥିବା ନଦୀ l କୁହାଯାଏ ଯେ ଏହି ନଦୀ ର ପାଣି କୁ ଛୁଇଁବା ଦ୍ୱାରା କର୍ମ ର ବିନାଶ ହୋଇଥାଏ l ଏହି ନଦୀ ର ବ୍ୟବହାର ତ ଛାଡ଼ନ୍ତୁ ଏହି ନଦୀ କୁ ଛୁଇଁବା ପାଇଁ ମଧ୍ୟ ଲୋକେ ଡରି ଥାଆନ୍ତି l ଶୁଭ କାର୍ଯ୍ୟ କରିବାକୁ ଯାଉଥିବା ଲୋକ ମାନେ ଏହି ନଦୀ କୂଳ ଦେଇ ଯିବାକୁ ମଧ୍ୟ ଭୟ କରି ଥାଆନ୍ତି l
କଣ ରହିଛି ଏହି ନଦୀ ଅଭିଶପ୍ତ ହେବା ପଛର କାହାଣୀ -:
କର୍ମନାଶ ନଦୀ ଅଭିଶପ୍ତ ହେବା ପଛରେ ରହିଛି ଗୋଟିଏ ପୌରାଣିକ କାହାଣୀ l କୁହାଯାଏ ଯେ ରାଜା ହରିଶ୍ଚନ୍ଦ୍ର ଙ୍କ ପିତା ସତ୍ୟବ୍ରତ ଏକଦା ନିଜ ଗୁରୁ ବଶିଷ୍ଠ ଙ୍କ ସହିତ ସ୍ୱର୍ଗ କୁ ଯିବା ପାଇଁ ଇଛା ପ୍ରକାଶ କରିଥିଲେ l କିନ୍ତୁ ତାଙ୍କର ଏହି ଇଛା କୁ ପୂରଣ କରିବା ପାଇଁ ଗୁରୁ ମନା କରି ଦେଲେ l ଏହାପରେ ରାଜା ସତ୍ୟବ୍ରତ ଗୁରୁ ବିଶ୍ଵାମିତ୍ର ଙ୍କ ନିକଟରୁ ଏହି ଆଗ୍ରହ ପ୍ରକାଶ କରିଥିଲେ l ବିଶ୍ଵାମିତ୍ର ଙ୍କ ର ବଶିଷ୍ଠ ଙ୍କ ସହିତ ଶତ୍ରୁତା ଥିଲା, ତେଣୁ ସେ ନିଜ ତପ ବଳରେ ସତ୍ୟବ୍ରତ କୁ ସଶରୀରେ ସ୍ୱର୍ଗ କୁ ପଠାଇ ଦେଇଥିଲେ l
ଏହାକୁ ଦେଖି ଇନ୍ଦ୍ରଦେବ କ୍ରୋଧିତ ହୋଇ ଯାଇଥିଲେ ଓ ସେ ରାଜାଙ୍କ ମୁଣ୍ଡକୁ ତଳକୁ କରି ପୃଥିବୀ କୁ ପଠାଇ ଦେଇଥିଲେ l ଏହାପରେ ବିଶ୍ଵାମିତ୍ର ନିଜ ତପସ୍ୟା ବଳରେ ସ୍ୱର୍ଗ ଓ ପୃଥିବୀ ମଧ୍ୟରେ ଅଟକାଇ ଦେଇଥିଲେ ଓ ଏହାପରେ ଦେବତା ମାନଙ୍କ ସହିତ ଯୁଦ୍ଧ କରିଥିଲେ l ରାଜା ସତ୍ୟବ୍ରତ ମଝିଆ ମଝି ଓଲଟା ଝୁଲି ରହିଥିଲେ l ଯାହାଦ୍ୱାରା ତାଙ୍କ ପାଟିରୁ ଲାଳ ବାହାରିବାକୁ ଲାଗିଲା l ଲାଳ ବୋହି ବୋହି ସେଠାରେ ନଦୀ ହୋଇଗଲା l ଏହାପରେ ଗୁରୁ ବଶିଷ୍ଠ ରାଜା ସତ୍ୟବ୍ରତ ଙ୍କୁ ଚଣ୍ଡାଳ ହେବାର ଅଭିଶାପ ଦେଲେ l ତେଣୁ ଲୋକ ଙ୍କ ମତ ଅନୁସାରେ ବଶିଷ୍ଠ ଙ୍କ ଅଭିଶାପ କାରଣରୁ ଏହି ନଦୀ ଅଭିଶପ୍ତ ଅଟେ l