Odisha news

ଦୁନିଆର ଗୋଟିଏ ଏଭଳି ଜେଲ ଯେଉଁଠି କଏଦୀ ଆଣ୍ଠେଇ ରହି ଜୀବନ ବିତାଇ ଥାଆନ୍ତି

0

ଅପରାଧ ପାଇଁ ଜେଲ ଆମେ ଏହା ସମସ୍ତେ ଜାଣିଛୁ l ତେଣୁ ଆଜିର ଦୁନିଆରେ ଯେତେ ଗୁଡିଏ ଦେଶ ରହିଛି ପ୍ରାୟ ସମସ୍ତ ଦେଶ ରେ ଭୟଙ୍କର ଜେଲ ରହିଥିବାର ଆମେ ଦେଖିଚୁ ବା ଶୁଣିଛୁ l ଯାହା ବିଷୟରେ ଶୁଣିଲେ ଲୋମ ମୂଳ ତାଙ୍କରି ଉଠିଥାଏ l ଆଜି ଗୋଟିଏ ଏଭଳି ଜେଲ ବିଷୟରେ ଜାଣିବା ଯେଉଁଠର ରାଷ୍ଟ୍ରପତି ସେଠାକାର କଏଦୀ ଙ୍କ ଦିଆଯାଉଥିବା ଦଣ୍ଡ କୁ ନେଇ ଭିଡ଼ିଓ ସେୟାର କରିଛନ୍ତି l ଆମେ କହୁଚୁ ମଧ୍ୟ ଆମେରିକୀୟ ଦେଶ ଅଲ ସଲବାଡୋର ବିଷୟରେ l  ଏଠାରେ ଆତଙ୍କବାଦ ଓ ଅପରାଧ ଏତେ ପରିମାଣ ରେ ବଢି ଯାଇଛି ଯେ ଯେଉଁଠି ଲୋକ ମାନଙ୍କ ବଂଚିବା କଷ୍ଟକର ହୋଇ ପଡିଛି l  ସରକାରମଧ୍ୟ ଚିନ୍ତାରେ ପଡି ଯାଇଛନ୍ତି l

ଏହାପରରେ ସେମାନଙ୍କ ଆୟତ୍ତ କରି  ଗିରଫ କରିବା ପାଇଁ ରାଷ୍ଟ୍ରପତି ଯୁଦ୍ଧ ଘୋଷଣା କରିଦେଲେ l  ମାତ୍ର କିଛି ମାସ ମଧରେ ୬୦ ହଜାର ଗ୍ୟାଙ୍ଗ ଷ୍ଟାର ଗିରଫ ହୋଇଥିଲେ l ସେମାନଙ୍କୁ ରଖିବା ପାଇଁ ଜେଲ୍ ମଧ୍ୟ କମ ପଡି ଯାଇଥିଲା l  ଅଲ ସଲବାଡୋର ର ରାଷ୍ଟପତି ନାୟବ ବୁକେଲେ ପରିସ୍ଥିତି କୁ ଦେଖି ନୂଆ ଜେଲ ତିଆରି କରିବା ପାଇଁ ଆଦେଶ ଦେଲେ l କିଛି ଦିନ ମଧ୍ୟରେ ଏଭଳି ଜେଲ ତିଆରି ହୋଇଗଲା ଯାହା ବିଷୟରେ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ l  ୪୦ କ୍ଷମତା ଥିବା ଏହି ଜେଲ ଟିରେ କେବଳ ଭୟଙ୍କର ଅପରାଧୀ ମାନଙ୍କୁ ରଖାଯିବ l କିଛିଦିନ ପୂର୍ବରୁ ଯେତେବେଳେ ଏହି ଜେଲ ରେ ରହିବା ପାଇଁ ପ୍ରଥମ ବ୍ୟାଚ କୁ ପଠା ଯାଇଥିଲା ଏହାର ଭିଡିଓ ନିଜେ ରାଷ୍ଟ୍ରପତି ସେୟାର କରିଥିଲେ l  ଏହି ଭିଡିଓ ରେ ଦେଖିବାକୁ ମିଳିଥିଲା ଯେ ଅପରାଧୀ ମାନେ ଜେଲ ମଧ୍ୟକୁ ଆଣ୍ଠେଇ ଆଣ୍ଠେଇ ଯାଉଛନ୍ତି l

ତାହା ପୁଣି ଖାଲି ପାଦରେ ନିଆଯାଉଛି, ସେମାନଙ୍କ ହାତକୁ ପଛରୁ ବନ୍ଧା ହୋଇଛି l ଶରୀରରେ ବସ୍ତ୍ର ହୀନ, ସମ୍ପୂର୍ଣ ଶରୀର ରେ ଟାଟୁ କରାଯାଇଛି, କାହିଁକି ନା ସେମାନଙ୍କୁ ଖୁବ ସହଜ ରେ ଜାଣିହେବ l ହତିଆର ଦେଖାଇ ତାଙ୍କୁ ପୋଲିସ ଆଣ୍ଠେଇ ଆଣ୍ଠେଇ ଯିବାକୁ ତାଗିଦ କରୁଛି l  ସେମାନଙ୍କୁ ଦୀର୍ଘ ସମୟ ଧରି ଏହିଭଳି ରଖା ଯାଉଛି, କାହିଁକି ନା ସେମାନେ କି ଅପରାଧ କରିଛନ୍ତି ତାହା ଅନୁଭବ କରନ୍ତୁ l ଅଲ ସଲବାଡୋର ର ରାଷ୍ଟ୍ରପତି ନାୟବ ବୁକେଲେ ନିଜ ଟୁଇଟର ଆକାଉଣ୍ଟ ରେ ଫଟୋ ସେୟାର କରି କ୍ୟାପ୍ସନ ରେ ଲେଖିଥିଲେ ଯେ ଆମେ ୨ହଜାର କୁଖ୍ୟାତ ଅପରାଧୀ ଙ୍କୁ ଆତଙ୍କବାଦ ନିରୋଧ କେନ୍ଦ୍ର କୁ ପଠାଇ ଦେଇଛୁ l  ଏହା ସେମାନଙ୍କର ନୂଆ ଘର ଅଟେ l  ଯେଉଁଠାରୁ ସେମାନେ ଆଉ ଖସି ଯାଇପାରିବେ ନାହିଁ l ସବୁଠୁ ବଡ଼ ଆଶ୍ଚର୍ଯ୍ୟ ର କଥା ହେଲା ଏତେ ଗୁଡିଏ କଏଦୀ ରଖିବାର କ୍ଷମତା ରଖିଥିବା ଜେଲ ରେ ମାତ୍ର ଦୁଇଟି ଟଏଲେଟ ଓ ୨ଟି ସିଂଙ୍କ ରହିଛି l  ଯାହାକୁ ମାନବ ଅଧିକାର ପକ୍ଷରୁ ବିରୋଧ କରାଯାଇଛି l

Leave A Reply