Odisha news

ପାକିସ୍ତାନ ରେ ଆଲୋଚନାର ଶିକାର ହୋଇଛନ୍ତି ଭାରତୀୟ ଗୀତିକାର ଓ ପଟ କଥା ଲେଖକ ଜାଭେଦ ଅଖତର

0
ପାକିସ୍ତାନ ର ସୋସିଆଲ ମିଡିଆର ୟୁଜର୍ସ ମାନେ ଭାରତର ପ୍ରସିଦ୍ଧ ଗୀତିକାର ଓ ପଟ କଥା ଲେଖକ ଜାଭେଦ ଅଖାତର ଙ୍କୁ ନେଇ ତରଳ କରିବା ଆରମ୍ଭ କରିଦେଇଛନ୍ତି l  ନିକଟରେ ଜାଭେଦ ଅଖତାର ନିଜର ପତ୍ନୀ ଶାବନା ଆଜମୀ ଙ୍କ ସହିତ ଗୋଟିଏ ଉର୍ଦୁ ଆଲବମ ଲଞ୍ଚ କରିବା କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ , ଯାହାକି ପାକିସ୍ତାନ ରେ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ଜାଭେଦ ଅଖତର ଉର୍ଦୁ ଭାଷାର ମହତ୍ୱ ଓ ଏହାର ବିକାଶ କୁ ନେଇ କହିଥିଲେ ଯେ ‘ଉର୍ଦୁ ଭାଷା ପାକିସ୍ତାନ କିମ୍ବା ମିଶର ର ଭାଷା ନୁହେଁ ଏହା ହିନ୍ଦୁସ୍ତାନ ର ଭାଷା l ‘ ତାଙ୍କର ଏହି ବୟାନ କୁ ନେଇ ପାକିସ୍ତାନୀ ୟୁଜର ଭଡକୀ ଯାଇଥିଲେ l

ସମାଚାର ଏଜେନ୍ସି ANI ର ସୂଚନା ଅନୁସାରେ ଜାଭେଦ ଅଖତର କହିଥିଲେ ଯେ ଉର୍ଦୁ ଆଉ କାହାର ଭାଷା ନୁହେଁ, ଏହା ଆମର ଭାଷା ଅଟେ l  ଏହା ହିନ୍ଦୁସ୍ତାନ ବାହାରେ କୁହାଯାଏ ନାହିଁ, ଦେଶ ବିଭାଜନ ପୂର୍ବରୁ  ପାକିସ୍ତାନ ମଧ୍ୟ ଭାରତରେ ସାମିଲ ଥିଲା l ଏହା ଭାରତୀୟ ଭାଷା l କାହିଁକି ତମେ ଏହି ଭାଷାକୁ ଛାଡିଦେଲ, ଦେଶ ବିଭାଜନ କାରଣରୁ ? ପାକିସ୍ତାନ କାରଣରୁ ? ପାକିସ୍ତାନ କହୁଛି କାଶ୍ମୀର ଆମର, ତେବେ କଣ ତମେ ମାନି ଯିବ ଭାରତର କାଶ୍ମୀର ? ମତେ ତ ଲାଗୁନାହିଁ, ସେହିଭଳି ଉର୍ଦୁ ମଧ୍ୟ ହିନ୍ଦୁସ୍ତାନ ର ଭାଷା ଅଟେ ଓ ରହିବ ମଧ୍ୟ l  ଆମର ନୂଆ ପିଢ଼ି ହିନ୍ଦୀ ଓ ଉର୍ଦୁ କମ କହୁଛି l  ଆଜିକାଲି ଇଂରାଜୀ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି l

ଜାଭେଦ ଅଖତର ଙ୍କ ଏହି ବୟାନ ପରେ ପାକିସ୍ତାନ ସୋସିଆଲ ମିଡ଼ିଆ ୟୁଜର୍ସ ତାଙ୍କୁ ଟ୍ରୋଲ କରିବାକୁ ଲାଗିଗଲେ l ପାକିସ୍ତାନୀ ମାନେ ସବୁବେଳେ ନିଜର କିଛିଟା ବିଶେଷ ମନ୍ତବ୍ୟ ଓ କାର୍ଯ୍ୟ କୁ ନେଇ ଆଲୋଚନା ରେ ରହି ଥାଆନ୍ତି l ଏହାଛଡା ଯେଉଁ ପାକିସ୍ତାନ ରେ ଖାଦ୍ୟର ଅଭାବ ସେଠାରେ ଚାଲିଛି ସବୁବେଳେ ଭାରତ ବିରୋଧୀ ଆଲୋଚନା l

Leave A Reply