ରାଜ୍ୟ ସଭାରେ ସାଉଥ ବନାମ ବଲିଉଡ କୁ ନେଇ ଝଡ଼ ସୃଷ୍ଟି ହୋଇଛି l ମଙ୍ଗଳବାର ଦିନ ରାଜ୍ୟସଭାର କାର୍ଯ୍ୟ ସମୟରେ ପ୍ରତ୍ୟେକ ସଦସ୍ୟ ଓସ୍କାର ଆୱାର୍ଡ ଜିତିଥିବା କାରଣରୁ ‘RRR ‘ ଓ ‘ ଦ ଏଲି ଫ୍ୟାନଣ୍ଟ ହ୍ବିସ୍ପର ‘ ର ଟିମ କୁ ଅଭିବାଦନ ଜଣାଇଥିଲେ l ସେହି ସମୟରେ MDMK ଓ AIADMK ର ନେତାମାନେ ‘ଉତ୍ତର ଓ ଦକ୍ଷିଣ ‘ କୁ ନେଇ କିଛି ଆଲୋଚନା ଆରମ୍ଭ କରି ଦେଇଥିଲେ l ସେମାନେ ଏହି ବିଜୟ ର ଶ୍ରେୟ ଭାରତୀୟ ଚଳଚିତ୍ର କୁ ଦେବା ବଦଳରେ ଦକ୍ଷିଣୀ ଚଳଚିତ୍ରକୁ ଦେଇଥିଲେ l ସେହି ସ୍ଥାନରେ ଜୟା ବଚନ ଭାରତୀୟ ଚଳଚିତ୍ର ର ପ୍ରତିନିଧି ଭାବରେ ସମସ୍ତ ନେତା ମାନଙ୍କୁ କଠୋରତା ର ସହିତ ଜବାବ ଦେଇଥିଲେ l
MDMK ର ନେତା ସଂଗୀତକାର ଏଆର ରହମାନ ଙ୍କୁ ବିଗତ ବର୍ଷରେ ଓସ୍କାର ଲାଭ କରାଇବାର ମାନେ ପକାଇଥିଲେ l ଏହାପରେ AIADMK ନେତା ଏମ ଥମ୍ବି ଦୁରାଇ କହିଥିଲେ ଯେ ଦି ଏଲିଫ୍ୟାଣ୍ଟ ହ୍ବିସ୍ପର ଊଟି ରେ ସୁଟିଂ ହୋଇଥିବା କାରଣରୁ ମୁଁ ଗର୍ବିତ ବୋଲି କହିଥିଲେ l ସେହି ସମୟରେ ରାଜ୍ୟସଭା ସାଂସଦ ଜୟା ବଚନ ଓସ୍କାର ଜିତି ଥିବା RRR ଓ ଦି ଏଲିଫ୍ୟାଣ୍ଟ ହ୍ବିସ୍ପର ଟିମ କୁ ଅଭିବାଦନ ଜଣାଇବାକୁ ଯାଇ କହିଥିଲେ ‘ଏଥିରେ କୌଣସି ଫରକ ପଡ଼ୁ ନାହିଁ ଏହି ସେ ଉତ୍ତର , ନା ପୂର୍ବ ନ ପଶ୍ଚିମ ନା ଦକ୍ଷିଣ ର ସେ ଜଣେ ଭାରତୀୟ ଅଟନ୍ତି l ମୁଁ ଏଠାରେ ମୋର ଚଳଚିତ୍ର ବଂଶ ଙ୍କ ସହିତ ଗର୍ବ ଓ ସମ୍ମାନ ର ସହିତ ଠିଆ ହୋଇଛି l ଯିଏ କି ଏହି ଦେଶର ଅନେକଥର ପ୍ରତିନିଧିତ୍ବ କରିଛନ୍ତି ଓ ଅନେକ ପୁରସ୍କାର ମଧ୍ୟ ଲାଭ କରିଛନ୍ତି l RRR ର ଲେଖକ କେବଳ ଜଣେ ପଟ କଥା ଲେଖକ ନୁହନ୍ତି, ସେ ଏହି ସଦନ ର ସଦସ୍ୟ ମଧ୍ୟ l ଏହା ଗୋଟିଏ ବଡ ସମ୍ମାନ ର କଥା ଭାରତ ପାଇଁ l ‘
ସେହି ସମୟରେ ସଦନ ରେ ଉପସ୍ଥିତ ଥିବା ଜଣେ ସଦସ୍ୟ ଜୟା ମଝିରେ ଅଟକାଇ ଥିଲେ l ଯାହାର [ପ୍ରତିକ୍ରିୟା ରେ ଜୟ କହିଥିଲେ ଯେ କଥା ମଝିରେ ଅଟକାଇବା ଆଜିକାଲି ଗୋଟିଏ ରୋଗ ହୋଇ ଗଲାଣି l ଯେତେବେଳେ କେହି ସଭ୍ୟ ବ୍ୟକ୍ତି କିଛି କହୁଛି ଏଭଳି ଅସଭ୍ୟତା ଦେଖାଇବା ଉଚିତ ନୁହେଁ l ଆମେ ମଧ୍ୟ ଉଚ୍ଚ ସ୍ୱରରେ କଥା କହି ପାରିବୁ l