Odisha news

ଜଗତସିଂହପୁର ଜିଲ୍ଲା ବିଜେପି ପୁର୍ବତନ ଉପସଭାପତି ଙ୍କୁ ମରଣାନ୍ତକ ଆକ୍ରମଣ

0
ପାରାଦୀପ୍ – ଜଗତସିଂହପୁର ଜିଲ୍ଲା ବିଜେପି ପୁର୍ବତନ ଉପସଭାପତି ଙ୍କୁ ମରଣାନ୍ତକ ଆକ୍ରମଣ | ଅଜିତ ଦାସ ଙ୍କୁ ପାରାଦୀପ୍ ଜଗନ୍ନାଥ ମନ୍ଦିର ପାଖରେ ଆକ୍ରମଣ | ଗୁରୁତର ଅବସ୍ତାରେ ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତରିତ କରାଯାଇଥିଲା ବେଳେ  ବନ୍ଦର ଜାଗାରେ ବେଆଇନ୍ ଗୃହ ନିର୍ମାଣ କୁ ବିରୋଧ କରିବାରୁ ଏହି ଆକ୍ରମଣ ଘଟିଥିବା କୁହାଯାଉଛି | ବିଲମ୍ବିତ ରାତ୍ରିରେ 7 ଦୁର୍ବୁତ୍ତ ଏହି ଆକ୍ରମଣ କରିଥିବା କୁହାଯାଉଥିବା ବେଳେ ଗତ କିଛି ମାସ ହେବ ପାରାଦୀପ୍ ବିଜେପି ର ମୁଖ୍ୟ ଗୋଷ୍ଠୀ ଙ୍କ ସହ ଅଜିତ ଙ୍କ ବିବାଦ , ବିଜେପି ରୁ ବିଦା ଓ ଅପରାଜିତା ଷଡଙ୍ଗୀ ଙ୍କୁ ଆଣି ପାରାଦୀପ୍ ରେ ବୈଠକ କରିବା ଆଦି ଘଟଣା କୁ ନେଇ ଅଜିତ ଚର୍ଚା ରେ ଥିଲେ  | କେହି କେହି ଏହାକୁ ରାଜନୈତିକ ଆକ୍ରମଣ କହୁଥିବା ବେଳେ କେହି ଏହାକୁ ବଙ୍ଗାଳୀପଡା ବସ୍ତି ଗଣ୍ଡଗୋଳ କୁ ନେଇ ଏପରି ହୋଇଥାଇ ପାରେ ବୋଲି କହିଛନ୍ତି | ତେବେ ସେ ଯାହା ହେଉ ନା କାହିଁକି ଅଜିତ ଙ୍କୁ ଭୁବନେଶ୍ଵର ର ଏକ ଘରୋଇ ହସ୍ପିଟାଲ ରେ ଭର୍ତି କରାଯାଇଥିଲା ବେଳେ ତାଙ୍କ ଦୁଇଟି ଗୋଡ ଭାଙ୍ଗିଯାଇଥିବା ଓ ତାଙ୍କ ହାତ ମଧ୍ଯ ଭାଙ୍ଗି ଥିବା କୁହାଯାଉଛି | ତାଙ୍କ ଶରୀର ର ଅନେକ ଅଂଶକୁ ଦୁର୍ବୁତ୍ତ ମାନେ ବାଡ଼େଇ କ୍ଷତାକ୍ତ କରିଥିବା ବେଳେ କାହାରି ନାମରେ ଏପର୍ଯ୍ୟନ୍ତ ଥାନା ରେ ଲିଖିତ ଅଭିଯୋଗ ହୋଇନାହିଁ  |
Leave A Reply