ଗଣିଆ ୨୭/୦୨ : ସୋମବାର ଗଣିଆ ବ୍ଲକରେ ନୟାଗଡ ଜିଲ୍ଲାପାଳଙ୍କ ବ୍ଲକସ୍ତରୀୟ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଗଣିଆ ବ୍ଲକ କାର୍ଯ୍ୟାଳୟ ପରିସରରେ ସୋମବାର ଜିଲ୍ଲାପଳଙ୍କ ଏହି ଜନ ଅଭିଯୋଗ ଶୁଣାଣୀ ଶିବିରରେ ମୋଟ ୧୦୭ଟି ଅଭିଯୋଗ ପଞିକୃତ ହୋଇଥିଲା । ସେଥିମଧ୍ୟରୁ ପାନୀୟଜଳ, ଶିକ୍ଷକନିଯୁକ୍ତି ଓ କଳାକାର ଭତା ଆଦି ୫ଟି ଗୋଷ୍ଠୀ ଭିତିକ ଅଭିଯୋଗ ଏବଂ ଭତା, ରାସନକାର୍ଡ, ମୁଖ୍ୟମନ୍ତ୍ରୀ ରିଲିଫ୍ ସହାୟତା, ଶ୍ରମିକ ସହାୟତା ଓ କାଳିଆ ଯୋଜନା ପରି ୯୦ଟି ବ୍ୟକ୍ତିଗତ ଅଭିଯୋଗ ପଞିକୃତ ହୋଇଥିଲା । ସେହିପରି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ପାଇଁ ୧୦ଜଣ, ରେଡକ୍ରସ ସହାୟତା ପାଇଁ ୨ଜଣ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ୩୭ଜଣ ଦରଖାସ୍ତ ଆବେଦନ କରିଥିଲେ । ଏହି ଜନ ଅଭିଯୋଗ ଶୁଣାଣୀ ଶିବିରରେ ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ ଉପସ୍ଥିତ ରହି ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କ ଦ୍ୱାରା ୨୧ଟି ଅଭିଯୋଗର ଶୁଣାଣୀ କରି ତକôାଳ ସମାଧାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପ ଜିଲ୍ଲାପାଳ ଶକ୍ତିକାନ୍ତ ରାୟ ,,ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅଲେଖ ଚନ୍ଦ୍ର ପହି, ବିଡଓ ଖଗେଶ୍ୱର ପାତ୍ର. ତହସିଲଦାର କିଶୋର କୁମାର ପଣ୍ଡା, ଅତିରିକ୍ତ ବିଡିଓ ରତନଲାଲ ଲୋହାର, ବ୍ଲକ ଅଧକ୍ଷ୍ୟା ଝୁନା ଜେନା,ପ୍ରମୁଖ ଉପସ୍ଥିତ ଥିଲେ । ଆୟୋଜିତ ଶିବିରରେ ବ୍ଲକର ରାଜସ୍ୱ, ଶିକ୍ଷା, ସ୍ୱାସ୍ଥ୍ୟ, ଶ୍ରମ, ଜଙ୍ଗଲ, କୃଷି, ଉଦ୍ୟାନକୃଷି, ଜଳ ଓ ପରିମଳ, ମହିଳା ଓ ଶିଶୁ ବିକାଶ, ପ୍ରାଣୀସମ୍ପଦ ପରି ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ ।