ଦୀର୍ଘ ଅଢ଼େଇ ବର୍ଷ ପରେ ସୁଶାନ୍ତ ସିଂ ଙ୍କ ମୃତ୍ୟୁ ରେ ନୂଆ ମୋଡ଼ ” ଅଭିନେତା ସୁଶାନ୍ତ ସିଂ ଆତ୍ମହତ୍ୟା କରି ନାହାନ୍ତି , ତାଙ୍କର ହତ୍ୟା ହୋଇଛି “
ମୁମ୍ବାଇ : ସୁଶାନ୍ତ ସିଂ ଙ୍କ ଆତ୍ମହତ୍ୟା କୁ ଅଢ଼େଇ ବର୍ଷ ବିତି ଯାଇଥିଲେ ସୁଦ୍ଧା ତାଙ୍କର ମୃତ୍ୟୁ କୁ ନେଇ ଅଡ଼ୁଆ ବର୍ତ୍ତମାନ୍ ମଧ୍ୟ ଥମିନାହିଁ । ଯାହାକୁ ପୋଲିସ୍ ଆତ୍ମହତ୍ୟା କହି ବନ୍ଦ୍ କରିଦେଇ ଥିଲା । କିନ୍ତୁ ତାଙ୍କର ପ୍ରଶଂସକ ଗୋଟିଏ କଥାରେ ଅଟକି ଥିଲେ ତାଙ୍କର ହତ୍ୟା ହୋଇଛି ।
କୁପର ହସ୍ପିଟାଲ ରେ ସୁଶାନ୍ତ ସିଂ ଙ୍କ ପୋଷ୍ଟମର୍ଟମ ସମୟରେ ସେଠାରେ ଉପସ୍ଥିତ ଥିବା ଅଟପ୍ସି ଷ୍ଟାଫ୍ ରେ ସାମିଲ୍ ରୂପ କୁମାର ଶାହା ଦାବି କରିଥିଲେ ଯେ ସୁଶାନ୍ତ ଆତ୍ମହତ୍ୟା କରି ନାହାନ୍ତି , ତାଙ୍କୁ ହତ୍ୟା ହୋଇଛି । ସେ କହିଥିଲେ ଯେ ଯେତେବେଳେ ସୁଶାନ୍ତ ଙ୍କୁ ପୋଷ୍ଟମର୍ଟମ ପାଇଁ ନିଆଯାଇ ଥିଲା , ସେତେବେଳେ ତାଙ୍କ ବେକ ଓ ଶରୀର ର ବିଭିନ୍ନ ଅଙ୍ଗରେ ଆଘାତ ଲାଗି ଥିବାର ଦେଖିବାକୁ ମିଳିଥିଲା । ମୁଁ ଏହି ମାମଲା ରେ ମୋର ସିନିୟର୍ ଙ୍କ ସହିତ କଥା ହେବାକୁ ଚାହିଁ ଥିଲି କିନ୍ତୁ ସେମାନେ ମତେ ଚୁପ୍ କରାଇ ଦେଲେ ଓ କହିଲେ ପରେ କଥା ହେବା ।
ଏହି ଘଟଣାଟି ଏଥିପାଇଁ ଆଶ୍ଚର୍ଯ୍ୟ ଲଗୁଛି କାହିଁକି ନା ତାଙ୍କ ପୋଷ୍ଟମର୍ଟମ ରିପୋର୍ଟ ରେ ଆତ୍ମହତ୍ୟା ଦର୍ଶା ଯାଇଥିଲା । ଏପରିକି ତାଙ୍କ ପୋଷ୍ଟମର୍ଟମ ସମୟରେ ଭିଡିଓ ରେକର୍ଡିଂ ପାଇଁ ମଧ୍ୟ ଅନୁମତି ଦିଆ ଯାଇ ନଥିଲା । ତେଣୁ ଶେଷ ମୁହୂର୍ତ୍ତ ରେ ସୁଶାନ୍ତ ସିଂ ଙ୍କ ଡେଡ୍ ବଡି କିଭଳି ଅବସ୍ଥାରେ ଥିଲା ତାହା ମଧ୍ୟ ଲୋକ ଲୋଚନକୁ ଆସିଲା ନାହିଁ । ପୋଷ୍ଟମର୍ଟମ ରିପୋର୍ଟରେ ଦର୍ଶାଯାଇଥିଲା ଯେ ଗଳା ରେ ଦଉଡ଼ି ଲଗାଇବା ଦ୍ଵାରା ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିଲା ।
ରାଜକୁମାର ସାହା ମରାଠୀ ଖବର ପିକେବି ଖବର କୁ ଏହି ସୂଚନା ଦେଇଥିଲେ । ସେ ଆଗକୁ କହିଥିଲେ ଯେ ” ସୁଶାନ୍ତ ସିଂ ରାଜପୁତ ଙ୍କ ନିଧନ ସମୟରେ ଆମକୁ କୁପର୍ ହସ୍ପିଟାଲ ରେ ୫ଟି ବଡି ମିଳିଥିଲା । ଆମକୁ କୁହାଯାଇ ଥିଲା ଯେ ଏଥିରୁ ଗୋଟିଏ ବଡି ଭିଆଇପି ଙ୍କ ର । ଯେତେବେଳେ ଆମେ ପୋଷ୍ଟମର୍ଟମ କରିବାକୁ ଗଲୁ ଜାଣିଲୁ ଯେ ସୁଶାନ୍ତ ସିଂ ରାଜପୁତ ଙ୍କ ର ବୋଲି । ପୋଷ୍ଟମର୍ଟମ ସମୟରେ ଆମେ ଦେଖିବାକୁ ପାଇଥିଲୁ ତାଙ୍କ ବେକ ଓ ଶରୀରର ଅନେକ ସ୍ଥାନରେ ଗଭୀର ଆଘାତ ଲାଗିଛି । ପୋଷ୍ଟମର୍ମଟ ର ରେକଡିଂ ହେବାର ଥିଲା । “
ସେ ଆଗକୁ ଆହୁରି କହିଥିଲେ ଯେ ” ମୁଁ ଯେତେବେଳେ ସୁଶାନ୍ତ ସିଂ ରାଜପୁତ ଙ୍କ ଶରୀର କୁ ଦେଖିଥିଲି ଓ ସିନିୟର୍ ଙ୍କୁ କହିଥିଲି ଯେ ଏହା ଆତ୍ମହତ୍ୟା ନୁହେଁ ହତ୍ୟା ଅଟେ । ମୁଁ ତାଙ୍କୁ କହିବାରୁ ସେମାନେ କହିଲେ ଯେ ପରେ ଏହି ବିଷୟରେ ପରେ କଥା ହେବା । ତେଣୁ ରାତିରେ ହିଁ ପୋଷ୍ଟମର୍ଟମ କରାଯାଇ ଶୀଘ୍ର ଫଟୋ କ୍ଲିକ୍ କରି ବଡି ପୋଲିସ କୁ ଦିଆ ଯାଇଥିଲା ।
ସେ ଆଗକୁ କହିଥିଲେ ଯେ ପୋଷ୍ଟମର୍ଟମ ରିପୋର୍ଟ ରେ କଣ ଲେଖାଯିବ ଏହା ଡାକ୍ତର ର କାର୍ଯ୍ୟ । କିନ୍ତୁ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ମିଳିବା ଉଚିତ୍ ।