ଛତ୍ରପୁର,୨୭।୧୧: ଛତ୍ରପୁର ରୋଟାରି କ୍ଳବ ପରିସରରେ କ୍ଳବ ପକ୍ଷରୁ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଆଉ ତାକୁ ସହଯୋଗର ହାତ ବଢ଼ାଇଛି ଛତ୍ରପୁର ର ନିଗମ ସୁଦ୍ଧା ମେଡିକାଲ ଷ୍ଟୋର l ଛତ୍ରପୁର ଅଂଚଳ ର ଜନସାଧାରଣ ଙ୍କ ସ୍ୱାସ୍ଥ୍ୟ ର ଉପଯୁକ୍ତ ଯତ୍ନ ନେବା ଲକ୍ଷ୍ୟ ନେଇ କ୍ଳବ ପକ୍ଷରୁ ବିଭିନ୍ନ ସମୟରେ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହେଉଛି l ଏହି ପରିପ୍ରେକ୍ଷୀରେ ରବିବାର କ୍ଳବର ସଭାପତି ଏମ. ଧନଞ୍ଜୟ ରେଡ୍ଡୀଙ୍କ ପୌରହିତ୍ୟ ରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଏଥିରେ ବ୍ରହ୍ମପୁର ଏମକେସିଜି ର ବହୁ ଡାକ୍ତର ଓ କର୍ମଚାରୀ ମାନେ ଯୋଗଦେଇ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ l ଏଥିରେ ୨ଶହରୁ ଉର୍ଦ୍ଧ୍ୱ ରୋଗୀ ଉକ୍ତ ଶିବିରରେ ଯୋଗଦେଇ ସେମାନଙ୍କ ସ୍ୱାସ୍ଥ୍ୟ ଜନିତ ପରୀକ୍ଷା କରିଥିଲେ l