Odisha news

ପାରା ବନ କର୍ମଚାରୀଙ୍କ କଳାବ୍ୟାଜ ପରିଧାନ

0

ସ୍ଥାୟୀ ନିଯୁକ୍ତି ଦାବିରେ ବ୍ରହ୍ମପୁର ବନଖଣ୍ଡ ଅନ୍ତର୍ଗତ ସମସ୍ତ ପାରା ବନ କର୍ମଚାରୀମାନେ କଳା ବ୍ୟାଜ ପରିଧାନ କରିଛନ୍ତି । ଦୀର୍ଘ ବର୍ଷ ହେଲା ରାଜ୍ୟ ସରକାରଙ୍କ ବନ ବିଭାଗ ଅଧିନରେ ପାରା କର୍ମଚାରୀ ଭାବେ ଦିନ ରାତି ସବୁ ସମୟରେ ଜଙ୍ଗଳ ଓ ଜୀବଯନ୍ତୁଙ୍କ ସୁରକ୍ଷାରେ ନିଜକୁ ସାମିଲ କରିଥିବା କର୍ମଚଜାରୀମାନେ ଆଜି ଠାରୁ କଳା ବ୍ୟାଜ ପରିଧିନ କରିଛନ୍ତି । ଗତ କିଛି ଦିନ ତଲେ ମୁଖ୍ୟମନ୍ତ୍ରୀ ୫୭ ହଜାର ଅସ୍ଥାୟୀ କର୍ମଚାରୀ ମାନଙ୍କୁ ସ୍ଥାୟୀ ନିଯୁକ୍ତି ପାଇଁ ଘୋଷଣା କରିଥିଲେ କିନ୍ତୁ ସେଥିରେ ଏହି ପାରା ବନ କର୍ମଚାରୀମାନଙ୍କୁ ସାମିଲ କରାଯାଇ ନାହିଁ । ଯାହା ଫଳରେ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇଛି ସଂଘ । ଗତ ୨୦୧୮ ମସିହା ଜୁନ ମାସରେ ରାଜ୍ୟ ସଂଘ ପକ୍ଷରୁ ତିନି ଦିନ ଧରି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରାଯାଇଥିଲା, ସେହି ସମୟରେ ମୁଖ୍ୟ ଶାସନ ସଚିବ ସମସ୍ତ କର୍ମଚାରୀଙ୍କ ସମସ୍ୟାକୁ ଏକ ମାସ ମଧ୍ୟରେ ସମାଧାନ କରାଯିବ ବୋଲି ପ୍ରତିଶ୍ରୂତୀ ଦେଇଥିଲେ । ତେବେ ଉକ୍ତ ଘଟଣାକୁ ବର୍ତ୍ତମାନ ପାଞ୍ଚ ବର୍ଷ ବିତିବାକୁ ଯାଉଛି । କିନ୍ତୁ ସରକାରଙ୍କ ପକ୍ଷୁ କୈଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ଯାହା ଫଳରେ ପୁଣିଥରେ ସମସ୍ତ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏବଂ ଆଜି ଠାରୁ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ସମସ୍ତେ କଳାବ୍ୟାଜ ପରିଧାନ କରିବେ ଏହାପରେ ଯଦି ସରକାର ଦାବି ନ ଶୁଣନ୍ତି  ତେବେ ଆସନ୍ତା ୨୬ ତାରିଖ ଠାରୁ ଶାନ୍ତିପୂର୍ଣ୍ଣ ଗଣ ଧାରଣା ଆରମ୍ଭ କରିବେ ବୋଲି କହିଛନ୍ତି । ସେହିପରି ବ୍ରହ୍ମପୁର ବନଖଣ୍ଡ ଅଧିନରେ କର୍ମଚାରୀ କାମ କରୁଥିବା ବ ଦେବାଶିଷ ତ୍ରିପାଠୀ, କୃଷ୍ଣ ଚନ୍ଦ୍ର ପାତ୍ର, ଶାନ୍ତି ପ୍ରସାଦ ବେହେରା, କପିଳେଶ୍ୱର ଦାସ, ମୁରାରୀ ପ୍ରସାଦ ରଥ, ପଦ୍ମ ଚରଣ ଦାଶ, ମନୋଜ କୁମାର ରାଉଳ, କୃଷ୍ଣ ଚନ୍ଦ୍ର ଜେନା ଙ୍କ ସମେତ ୧୬୦ରୁ ଉର୍ଦ୍ଧ ପାରା କର୍ମଚାରୀ କଳା ବ୍ୟାଜ ପରିଧାନ କରିଛନ୍ତି ।

Govt
Leave A Reply