ଭୁବନେଶ୍ୱର, ୧୬.୦୮.୨୦୨୨: ନାଲକୋର ମୁଖ୍ୟ କାର୍ୟ୍ୟାଳୟ ଠାରେ ୭୬ ତମ ସ୍ୱାଧୀନତା ଦିବସ ଉତ୍ସାହର ସହିତ ପାଳନ କରାଯାଇଛି l ନାଲକୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଶ୍ରୀଧର ପାତ୍ର ଜାତୀୟ ପତାକା ଉତ୍ତୋଳନ କରିବା ସହିତ ସ୍ୱାଧୀନତା ସଂଗ୍ରାମୀ ତଥା ସୀମା ସୁରକ୍ଷାରେ ଅବସ୍ଥାପିତ ସୈନିକ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଆତ୍ମ ନିର୍ଭର ଭାରତର ସ୍ୱପ୍ନକୁ ସାକାର କରିବାକୁ ଚେଷ୍ଟା କରିବା ପାଇଁ ସେ ନାଲକୋର ସମସ୍ତ କର୍ମକର୍ତ୍ତା ଏବଂ ଅଧିବାସୀ ମାନଙ୍କୁ ଉତ୍ସାହିତ କରିଥିଲେ।
ଏହି ଅବସରରେଏକ ସ୍ୱତନ୍ତ୍ର ସାଂସ୍କୃତିକ କାର୍ୟ୍ୟକ୍ରମର ଆୟୋଜିତ ହୋଇଥିଲା,ଯେଉଁଥିରେ ଦିବ୍ୟାଙ୍ଗ କଳାକାର ମାନେ ଦେଶପ୍ରେମ ଭରା ସଂଗୀତ ଉପସ୍ଥାପନ କରିଥିଲେ।ଦିବ୍ୟାଙ୍ଗ କଳାକାର ମାନଙ୍କୁ ସେମାନଙ୍କର ଅଭିନବ ଦକ୍ଷତାଏବଂପ୍ରଦର୍ଶନ ପାଇଁ ସି.ଏମ.ଡି ଶ୍ରୀପାତ୍ର ଏବଂ ନାଲକୋ ମହିଳା ସମିତିର ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ପାତ୍ର, ସେମାନଙ୍କୁ ସମ୍ବର୍ଦ୍ଦିତ କରିଥିଲେ l
