Odisha news

ବାଲ ଗଙ୍ଗାଧର ତିଳକଙ୍କ ଜନ୍ମ ଦିବସରେ ରକ୍ତଦାନ ଶିବିର ଅନୁଷ୍ଠିତ

0

ନୀଳଗିରି-୨୩/୦୭ :-ବାଲଗଙ୍ଗାଧର ତିଳକଙ୍କ ପୁଣ୍ୟ ଜନ୍ମ ଦିବସରେ ଶନିବାର ଦିନ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ପଂଚଲିଙ୍ଗେଶ୍ୱରସ୍ଥିତ ଗୁରୁଶକ୍ତି ହୋଟେଲ ପରିସରରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏହି ରକ୍ତଦାନ ଶିବିରକୁ ସାଂସଦଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସ ଆନୁଷ୍ଠାନିକ ଭାବେ ଉପସ୍ଥିତ ରହି ଶୁଭ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ୨ନଂ. ଜୋନର ଜିଲ୍ଲା ପରିଷଦ ସଭ୍ୟା ଉଷାରାଣୀ ରାଉଳଙ୍କ ସମେତ ବରିଷ୍ଠ ନେତୃମଣ୍ଡଳୀ, ଯୁବଗୋଷ୍ଠୀ ମାନେ ଉପସ୍ଥିତ ଥିଲେ । ଶ୍ରୀ ଦାସ ଯୁବଗୋଷ୍ଠୀ, ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାଙ୍କୁ ରକ୍ତଦାନ କରିବା ସହ ବିପଦରେ ପଡ଼ିଥିବା ବ୍ୟକ୍ତି ବିଶେଷଙ୍କୁ ଜୀବନ ବଂଚାଇ ପାରିବ ବୋଲି ଆହ୍ୱାନ ଦେଇଥିଲେ । ମୋଟ ୮୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବାବେଳେ ବସନ୍ତ ରାଉଳ, ରେଣୁ ବିଶ୍ୱାଳ, ଜୟନ୍ତବେହେରା, ଚିତ୍ତ ବିଶ୍ୱାଳ, ରଣଜିତ ପଣ୍ଡିତ, ଲିପୁନ ପଣ୍ଡିତ ମୁକ୍ତିକାନ୍ତ ବାରିକ, ସଂଜୁଲତା ବାରିକ, ବୃନ୍ଦାବନ ବାରିକ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply