ଧାମରା,୨୩/୦୭ : ସଡ଼କ ଦୁର୍ଘଟଣାରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ବାସୁଦେବପୁର ଧାମରା ରାସ୍ତାର କରଞ୍ଜମାଳ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ବାସୁଦେବପୁରରୁ ଧାମରା ଅଭିମୁଖେ ଏକ ମାଲ୍ ବୋଝେଇ ହାଇୱଆ ଗାଡ଼ି ଆସୁଥିଲା ।
ବିପରୀତ ଦିଗରୁ ଆସୁଥିବା ଜଣେ ମୋଟର ବାଇକ ଆରୋହୀ ଙ୍କ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣା ସ୍ଥଳରେ ସେହି ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସେ ବ୍ୟକ୍ତି ଜଣକ ଭଣ୍ଡାରୀପୋଖରୀ ଅଂଚଳର ବୋଲି କୁହାଯାଉଛି । ତାଙ୍କ ର ସଠିକ ପରିଚୟ ମିଳିପାରିନାହିଁ । କରଞ୍ଜମାଳ ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଂଚି ଶବ ଜବତ କରିଛି । ମାଲ୍ ବୋଝେଇ ହାଇୱଆକୁ ଅଟକ ରଖି ତଦନ୍ତ ଜାରି ରଖିଛି ।