Odisha news

ସୋସିଆଲ ମିଡିଆରେ ଭାଇରାଲ ଶିକ୍ଷକ ଶିକ୍ଷୟତ୍ରୀ ଚିଙ୍ଗୁଡ଼ି ଝୋଳ : ପିଲାମାନେ ଖାଇଲେ ମିଲ ମେକର ତରକାରୀ

0

ଧାମରା,୨୩/୦୭ : ସରକାରୀ ସ୍କୁଲରେ ପିଲାମାନଙ୍କ ପାଇଁ ଦିଆ ଯାଉଛି ମାଗଣା ମଧ୍ୟାହ୍ନ ଭୋଜନ । ସରକାରୀ ନିୟମାନୁସାରେ ପ୍ରତି ବାରରେ ବିଭିନ୍ନ ତରକାରୀ କରାଯିବାକୁ ବ୍ୟବସ୍ଥା ଅଛି । ଏହାକୁ ଖୋଲା ଉଲଂଘନ କରାଯାଇଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯାହାକୁ ସାରା ଚାନ୍ଦବାଲି ବ୍ଲକ ଧାମରା ଏରିଆରେ ଖୁବ ଚର୍ଚ୍ଚା । ଏହି ଭିଡିଓ ଜବରଦସ୍ତ ଭାଇରାଲ ହେଉଛି । ମିଳିଥିବା ସୂଚନା ଅନୁସାରେ, କରଞ୍ଜମାଳ କ୍ଲଷ୍ଟର ଅଧିନସ୍ଥ ସରସ୍ୱତୀ ନୋଡାଲ ସ୍କୁଲ୍ । ଏଠାରେ ୧ ମରୁ ୮ ମ ଶ୍ରେଣୀର ପିଲାମାନେ ପଢୁଛନ୍ତି । ଚଳିତ ମାସ ୨୨ ତାରିଖ ଶୁକ୍ରବାର ରେ ଏହି ସ୍କୁଲରେ ପିଲାମାନଙ୍କୁ ମିଲ ମେକର ତରକାରୀ ମଧ୍ୟାହ୍ନ ଭୋଜନ ସମୟରେ ଦିଆଯାଇଛି । ଅପରପକ୍ଷରେ ସେହି ଦିନ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଚିଙ୍ଗୁଡ଼ି ଝୋଳ ଖାଉଥିବା ଭିଡିଓ ଭାଇରାଲ ହେଉଛି ।

ଏହାକୁ ଏହି ସ୍କୁଲର ପରିଚାଳନା କମିଟିର ଜଣେ ସଦସ୍ୟ ଭାଇରାଲ କରିଛନ୍ତି । ଯାହାକୁ ନେଇ ଏହି ସ୍କୁଲ ପରିସର ଉଠୁଛି ପଡୁଛି । ପିଲା ମାନଙ୍କୁ ମିଲ ମେକର ତରକାରୀ ଦିଆଗଲା । ଅଥଚ କାହିଁକି ଶିକ୍ଷକ ଶିକ୍ଷୟତ୍ରୀ ଚିଙ୍ଗୁଡ଼ି ମାଛ ଝୋଳ ଖାଇଲେ । କାହା ଅନୁମତି ନେଇ ଏଠାରେ ଚିଙ୍ଗୁଡ଼ି ଝୋଳ କରାଗଲା । ମଧ୍ୟାହ୍ନ ଭୋଜନରେ ପିଲାମାନଙ୍କୁ ପେଟ ପୁରା ଖାଦ୍ୟ ଦିଆ ଯାଉଛି କି ସେହି ସଦସ୍ୟ ଜଣକ ପ୍ରଶ୍ନ ପଚାରୁଥିବା ଭିଡିଓ ରେ ଶୁଣିବାକୁ ମିଳୁଛି ।

ଏହାକୁ ନେଇ କମିଟି ପକ୍ଷରୁ କୁହାଯାଇଛି, ସ୍କୁଲ ପରିସର ରେ ଘର ନିର୍ମାଣ କାର୍ଯ୍ୟ ଚାଲିଥିଲା । କମିଟି ଚେୟାରମେନ ମିସ୍ତ୍ରୀ ଓ ଲେବର ମାନଙ୍କ ପାଇଁ ଚିଙ୍ଗୁଡ଼ି ମାଛ ତରକାରି ହୋଇଥିଲା । ସେହି ତରକାରୀ ମଧ୍ୟ ଶିକ୍ଷକ ଶିକ୍ଷୟତ୍ରୀ ଖାଇଥିଲେ । ସରକାରଙ୍କ ନିୟମାନୁସାରେ ଏଠାରେ ମଧ୍ୟାହ୍ନ ଭୋଜନ ପିଲା ମାନଙ୍କୁ ଦିଆଯାଉଛି । ଏହି ଭିଡିଓ କରଞ୍ଜମାଳ ସିଆରସିସି, ଚାନ୍ଦବାଲି ବିଇଓଙ୍କ ନିକଟରେ ପହଂଚି ସାରିଛି । ଏହାକୁ ତଦନ୍ତ କରାଗଲେ ପରେ ସମସ୍ତ କଥା ଜଣାପଡ଼ିବ । ତାହା ପରେ କେଉଁ ପ୍ରକାର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବିଚାର ଚାଲିଥିବା ସିଆରସିସି ଅନୁପ ଦାସ କହିଛନ୍ତି । ଏ ସମ୍ପର୍କରେ ସେହି ସ୍କୁଲର ପ୍ରଧାନ ଶିକ୍ଷକ ମତ ନେବାକୁ ଚେଷ୍ଟା କରାଯାଇଥିଲା । ତାଙ୍କ ଫୋନ ସୁଇଚ୍ ଅଫ୍ ଥିବାରୁ ତାଙ୍କର ପ୍ରତିକ୍ରିୟା ମିଳିପାରି ନାହିଁ ।

Leave A Reply