Odisha news

ଗେଙ୍ଗୁଟି ନଦୀର ଅଧାପନ୍ତରିଆ ପୋଲକୁ ନେଇ ତେଜୁଛି ଅସନ୍ତୋଷ

0

ଦୋବଲ, ୧୦/୭  : ଯାଜପୁର ଜିଲ୍ଲାକୁ ସଂଯୋଗ କରିଥିବା ଧାମନଗର-ସେଣ୍ଡପୁର ମୁଖ୍ୟ ରାସ୍ତାର ଦୋବଲ ନିକଟସ୍ତ ଗେଙ୍ଗୁଟି ନଦୀର ନିର୍ମାଣାଧୀନ ପୋଲ ୬ବର୍ଷ ଧରି କାର୍ଯ୍ୟ ଚାଲୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ ହୋଇନଥିବାରୁ ଜନସାଧାରଣଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି । ପ୍ରକାଶ ଥାଉକି ଦୋବଲ ଠାରେ ଗେଙ୍ଗୁଟି ନଦୀର ଏକ ପକାପୋଲ ପୂର୍ବରୁ ଥିଲାବେଳେ ନଦୀର ବନ୍ୟା ଆସିଲେ ବନ୍ୟା ଜଳରେ ଉକ୍ତ ପୋଲଟି ବୁଡିଯାଇଥାଏ । ଫଳରେ ଉକ୍ତ ପୋଲ ଉପରେ ନିର୍ଭର କରୁଥିବା ହଜାର ହଜାର ଲୋକଙ୍କର ଜାତାୟତରେ ବାଧା ସୃଷ୍ଟି ହେଉଥିଲା । ଏହାକୁ ଆଧାର କରି ପୁର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ଉଦ୍ୟମ କ୍ରମେ ଆଉ ଏକ ପକ୍କା ପୋଲ ଆନୁମାନିକ ୧୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ଆରମ୍ଭ ହୋଇଥିଲା । ହେଲେ ଦୀର୍ଘ ବର୍ଷ ବିତିଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ ହୋଇପାରିଲନାହିଁ । ଉକ୍ତ ପୋଲଟି ସମ୍ପୂର୍ଣ କାର୍ଯ୍ୟ ସାରିଯାଇଥିବାବେଳେ ଏହାର ଦୁଇ ପାର୍ଶ୍ୱର ଅପ୍ରୋଜେ ରୋଡ଼ ହୋଇନଥିବାରୁ ଯାତାୟାତ ହୋଇପାରୁନାହିଁ ଦୋବଲ ବାସ ଷ୍ଟାଣ୍ଡ ପାର୍ଶ୍ୱରେ ଅଧା ନିର୍ମିତ ପଲର ଅପ୍ରୋଜେ ରୋଡ଼ ତିଆରି ହୋଇନଥିବାବେଳେ କୋରକଦା ପାର୍ଶ୍ୱରେ ମଧ୍ୟ ଏହି ସମସ୍ୟା ସୃଷ୍ଟି ହୋଇଛି ।

ଏହି ପୋଲ ସମ୍ପୂର୍ଣ ହେଲେ ଉଭୟ ପାର୍ଶ୍ୱର ଲୋକମାନେ ବନ୍ୟା ସମୟରେ ସରୁଖୁରୁରେ ଯାତାୟାତ କରିପାରନ୍ତେ । ମାତ୍ର ଆଜିସୁଧା ଉକ୍ତ ପୋଲଟି ସମ୍ପୂର୍ଣ ହୋଇପାରିନଥିବାରୁ ଆଗକୁ ବର୍ଷାଋତୁ ସାଙ୍ଗକୁ ବନ୍ୟା ଆସିଲେ ସାଧାରଣ ଲୋକଙ୍କର ଘୋର ବାଧା ସୃଷ୍ଟି ହେବ । ତେଣୁ ଏ ଦିଗରେ ପୂର୍ତ୍ତ ବିଭାଗ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହିତ ତୁରନ୍ତ ଉକ୍ତ ପୋଲ କାର୍ଯ୍ୟକୁ ଶେଷ ଲରିବା ପାଇଁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି । ପୋଲଟି ସମ୍ପୂର୍ଣ ହୋଇଥିବାବେଳେ ପୋଲର ଦୁଇ ପର୍ଶ୍ୱର କେବଳ ଆପ୍ରୋଜ ରୋଡ଼ କରାଗଲେ ଯାତାୟାତ ହୋଇପାରିବ । ହେଲେ ପୋଲର ଦୋବଲ ପାର୍ଶ୍ୱର ଜାଗା ବିବାଦକୁ ନେଇ ସମସ୍ୟା ସୃଷ୍ଟି ହୋଇଥିବାରୁ କାର୍ଯ୍ୟରେ ବିଳମ୍ବ ହେଉଛି । ଉକ୍ତ ଆପ୍ରୋଜ ରୋଡ଼ରେ ଜୈନିକ ବ୍ୟକ୍ତିର ଜଗାପଡୁଥିବାରୁ ସେ ଉଚ୍ଚନ୍ୟାୟଳୟରେ ଜୈନିକ ଠିକାଦାରଙ୍କ ନାମରେ କେଶ କରିଥିବାରୁ କୋର୍ଟଙ୍କ ନିର୍ଦେଶ କ୍ରମେ ସେଠାରେ କାମ ହୋଇପାରୁନାହିଁ ଏବଂ ଆବଶ୍ୟକତା ଠାରୁ ଜାଗା ମାଲିକ ଅଧିକ ଟଙ୍କା ଦାବି କରୁଥିବାରୁ ଠିକାଦାର ତାହାର ଭରଣା କରିପାରୁନଥିବାରୁ କାର୍ଯ୍ୟରେ ବିଳମ୍ବ ହେଉଛି । ଏହି ଜାଗା ସମସ୍ୟାକୁ ନେଇ ବାରମ୍ବାର ତହସିଲର ଆଲୋଚନା ହେଉଛି । ତେବେ ଖୁବ ଶୀଘ୍ର କାର୍ଯ୍ୟ ଶେଷ ହେବବୋଲି ବିଭାଗୀୟ ଯନ୍ତ୍ରୀ ଅମ୍ବିକା ବଲ୍ଲବ ସ୍ୱାଇଁ ପ୍ରକାଶ କରିଛନ୍ତି

Leave A Reply