Odisha news

ଭିଜିଲାନ୍ସ ଜାଲରେ ରରୁଅାଁ ତହସିଲଦାର ଓ ଅମିନ୍

0

ବାରିପଦା  : ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ଜିଲ୍ଲା ରରୁଅାଁ ତହସିଲଦାର ସତ୍ୟସୁନ୍ଦର ରାଉତ ଓ ଅମିନ୍ କମଲ ଲୋଚନ ପାତ୍ର । ଶୁକ୍ରୁବାର ରରୁଅାଁ ତହସିଲ କାର୍ଯ୍ୟାଳୟରେ ଲାଞ୍ଚୁଆ ତହସିଲଦାର ଶ୍ରୀ ରାଉତ ଓ ଅମିନ୍ ଶ୍ରୀ ପାତ୍ର ମିଶି ୧୫ହଜାରଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ କର୍ମଚାରୀ ମାନେ ଏମାନଙ୍କୁ କାବୁ କରିନେଇଥିଲେ । ଘଟଣାରୁ ପ୍ରକାଶ ଯେ, ରରୁଅାଁ ତହସିଲ ଅନ୍ତର୍ଗତ ଭଞ୍ଜକିଆ ଗ୍ରାମର ଚକ୍ରଧର ମହାନ୍ତ ଘରବାଡି କିଶମ ଜମିପଟ୍ଟା କରିବା ପାଇଁ ରରୁଅାଁ ତହସିଲରେ ଆବେଦନ କରିଥିଲେ । ମାତ୍ର ଜମିପଟ୍ଟା କରିଦେବା ପାଇଁ ୪୦ହଜାରଟଙ୍କା ଲାଞ୍ଚ ମାଗିଥିଲେ ତହସିଲଦାର ବାବୁ ।

ଏଥିରେ ମଧ୍ୟସ୍ଥି ସାଜିଥିଲେ ଅମିନ୍ ଶ୍ରୀ ପାତ୍ର । ପ୍ରଥମେ ଚକ୍ରଧର ଏହି ଦୁଇ ଲାଞ୍ଚୁଆ ଅଧିକାରୀଙ୍କୁ ୨୫ହଜାରଟଙ୍କା ଲାଞ୍ଚ ଦେଇଥିବାବେଳେ ବାକି ୧୫ହଜାରଟଙ୍କା ପାଇଁ ଏମାନେ ଦାବି କରିଥିଲେ । ଶେଷରେ ନିରୂପାୟ ହୋଇ ଚକ୍ରଧର ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ । ଶୁକ୍ରୁବାର ବାଲେଶ୍ୱର, ବାରିପଦା ଓ କେନ୍ଦୁଝରର ଏକ ମିଳିତ ଟିମ୍ ରରୁଅାଁ ତହସିଲରେ ଲାଞ୍ଚ ନେଉଥିବାବଳେ ଏହି ଦୁଇଜଣ ଲାଞ୍ଚୁଆ ଅଧିକାରୀଙ୍କୁ କାବୁ କରିନେଇଥିଲେ । ଏନେଇ ଭିଜିଲାନ୍ସ ବିଭାଗରେ ୧୯/୨୨ ମାମଲା ରୁଜୁ ହୋଇ ଲାଞ୍ଚୁଆ ଅଧିକାରୀଦ୍ୱୟଙ୍କୁ ଗିରଫ କରାଯାଇଛି । ଏଥିସହିତ ତହସିଲଦାର ଶ୍ରୀ ରାଉତଙ୍କ ଭୁବନେଶ୍ୱର ଓ ଯାଜପୁର ସ୍ଥିତ ଘରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଉଢ ଜାରି ରହିଥିବା ଜଣାଯାଇଛି । ରରୁଅାଁ ତହସିଲ କାର୍ଯ୍ୟାଳୟ ଚଢଉରେ ଅତିରିକ୍ତ ଏସପି ମହେଶ୍ୱର ସେଠୀ, ଡିଏସପି ଦକ୍ଷିଣା ମୁର୍ମୁ, ଜୟନ୍ତୀ ଦଳେଇ ଓ ଦୈତାରୀ ଘଡେଇ ପ୍ରମୁଖଙ୍କ ସହ ବହୁ ଭିଜିଲାନ୍ସ କର୍ମଚାରୀ ମାନେ ଏହି ଚଢଉରେ ସାମିଲ ହୋଇଥିଲେ ।

Leave A Reply