Odisha news

ବାରିପଦା ଠାରେ ଓଡିଶା ରାଜ୍ୟ ମହିଳା କମିଶନ ପକ୍ଷରୁ ଶିବିର ଅଦାଲତ ଅନୁଷ୍ଠିତ

0

ବାରିପଦା  : ଓଡିଶା ରାଜ୍ୟ ମହିଳା ଆୟୋଗ ପକ୍ଷରୁ ବାରିପଦାଠାରେ ଏକ ଶିବିର ଅଦାଲତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍ଭାବନା ସଭାଗୃହ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ମୟୂରଭଞ୍ଜ ଜିଲ୍ଲାପ୍ରଶାନ ସହଯୋଗରେ ଅୟୋଜିତ ଏହି ଶିବିର ଅଦାଲତରେ ରାଜ୍ୟ ମହିଳା ଅୟୋଗ ଅଧ୍ୟକ୍ଷା ଡଃ ମିନତୀ ବେହେରା ଅଧ୍ୟକ୍ଷତା କରି ମହିଳା ମାନଙ୍କ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ଥିବା ବିଭିନ୍ନ ଆପତ୍ତି ଅଭିଯୋଗ ଗୁଡିକର ବିନା ଖର୍ଚ୍ଚାନ୍ତରେ ଆପୋଷ ଆଲୋଚନା ଦ୍ୱାରା ସମାଧାନ କରାଯିବା ସହ ମହିଳା ମାନଙ୍କ ଅଧିକାର ସଂପର୍କରେ ସଚେତନତା ସୃଷ୍ଟି କରିବା ଶିବିର ଅଦାଲତର ମୁଖ୍ୟ ଉଦେଶ୍ୟ ବୋଲି କହିଥିଲେ । ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ରୁଦ୍ରନାରାୟଣ ମହାନ୍ତି ଏଥିରେ ଯୋଗଦେଇ ମହିଳା ଆୟୋଗ ପକ୍ଷରୁ ଆୟୋଜିତ ଶିବିର ଅଦାଲତର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ଅନୁଷ୍ଠିତ ଉକ୍ତ ଶିବିର ଅଦାଲତରେ ବିଶେଷ କରି ପାରିବାରିକ କଳହ, ମନମାଳିନ୍ୟ, ଘରୋଇ ହିଂସା/ନିର୍ଯ୍ୟାତନା ଓ ଅଧିକାରରୁ ବଂଚିତ ଆଦି ସମସ୍ୟା ସଂପର୍କିତ ରାଜ୍ୟ ମହିଳା ଅୟୋଗ ନିକଟରେ ଦରଜ ହୋଇଥିବା ବିଭିନ୍ନ ଆପତି ଅଭିଯୋଗ ମାମଲା ଗୁଡିକ ଉପରେ ଶୁଣାଣୀ କରାଯାଇଥିଲା ।

ଏହି ଶିବିରରେ ମୟୂରଭଞ୍ଜ ଜିଲ୍ଲାରୁ ୩୬ଟି ମାମଲାର ବିଚାର ପାଇଁ ଗ୍ରହଣ କରାଯାଇଥିଲା । ସେଥରୁ ୨୩ ଗୋଟି ମାମଲାର ବାଦି ପ୍ରତିବାଦ ଓ ଉଭୟ ପକ୍ଷଙ୍କ ଉପସ୍ଥିତିରେ ମହିଳା ଆୟୋଗ ଅଧ୍ୟକ୍ଷା ଆପୋଷ ଅଲୋଚନାକୁ ଭିତ୍ତ କରି ଶୁଣାଣୀ କରିଥିଲେ । ଶୁଣାଣୀ ହୋଇଥିବା ୨୩ଟି ମାମଲାର ପକ୍ଷମାନଙ୍କୁ ଶୁଣାଣୀ ମ୍ମରୁ ୪ଟି ମାମଲାର ଆପୋଷ ଫଏସଲା ହୋଇଥିବାବେଳେ ୧୨ଟି ମାମଲାର ପକ୍ଷମାନଙ୍କୁ ପରବର୍ତ୍ତୀ ପର୍ଯ୍ୟାୟରେ ଶୁଣାଣି କରାଯିବା ନିମନ୍ତେ ନୋଟିସ ଜାରି କରାଯିବାକୁ ନିଷ୍ପତି ନିଆଯାଇଅଛି । ଏତଦ୍ବ୍ୟତିତ ୨ଟି ମାମଲାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ସଂପୃକ୍ତ ଆରକ୍ଷୀ ଅଧିକ୍ଷକ ଏବଂ ୩ଟି ମାମଲା ପ୍ରୋଟେକସନ ଅଧିକାରୀଙ୍କ ତତ୍ତ୍ୱାବଧାନରେ ବିହୀତକାର୍ଯ୍ୟାନୁଷ୍ଠାନ ନିମନ୍ତେ ସୁପାରିଶ କରାଯାଇଥିଲା ଓ ୨ଟି ମାମଲା ଅନ୍ୟକାରଣ ଜନିତ ସ୍ଥଗିତ ରଖାଯାଇଅଛି । ଉକ୍ତ ଅନୁଷ୍ଠିତ ଶିବିର ଅଦାଲତରେ ରାଜ୍ୟ ମହିଳା ଆୟୋଗର ସଦସ୍ୟା ସେହ୍ନାଞ୍ଜଳୀ ମହାନ୍ତି ଓ ସ୍ୱର୍ଣ୍ଣଲତା ସାମଲ, ବାରିପଦା ସଦର ଡିଏସ୍ପି ସବିତା ମାଝୀ, ମୟୂରଭଞ୍ଜ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ କୁସୁମମାଳା ମିଶ୍ର ଓ ପ୍ରୋଟେକସନ ଅଧିକାରୀ ଯୋଗଦେଇ ଶିବିର ଅଦାଲତ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ମହିଳା ଆୟୋଗର ପିଏ,ଲିଗାଲ୍ ଆସିଷ୍ଟାଣ୍ଡ ଏବଂ ସଂପୃକ୍ତ ବିଭାଗ ପଦାଧିକାରୀ ତଥା କର୍ମଚାରୀମାନେ ଶିବିର କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply