Odisha news

କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀଙ୍କ ହିଞ୍ଜିଳିକାଟୁ ଗସ୍ତ

0
(ହିଞ୍ଜିଳିକାଟୁ – ୦୭/ଜୁଲାଇ/୨୦୨୨) କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵାଧୀନ ଏନଡିଏ ସରକାରଙ୍କ ୦୮ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ସରକାରଙ୍କ ତରଫରୁ ମନ୍ତ୍ରୀ ମାନେ ବିଭିନ୍ନ ଅଞ୍ଚଳ ଗସ୍ତ କରି କେନ୍ଦ୍ର ସରକାରଙ୍କ ୮ ବର୍ଷର ଉପଲବ୍ଧିର ରିପୋର୍ଟ ବାଣ୍ଟୁଛନ୍ତି। ଏହି କ୍ରମରେ କେନ୍ଦ୍ର ରେଳ ଏବଂ ବୟନ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜର୍ଦୋଷ ଗୁରୁବାର ଆସିକା ଲୋକସଭା କ୍ଷେତ୍ରର ବିଭିନ୍ନ ସ୍ଥାନ ଗସ୍ତରେ ଆସିଥିଲେ। କୋଦଳା ଓ ପୋଲସରାରେ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ସାରି  ମନ୍ତ୍ରୀ ଶ୍ରୀମତୀ ଜର୍ଦୋଷ ସନ୍ଧ୍ୟାରେ ହିଞ୍ଜିଳିକାଟୁରେ ପହଞ୍ଚିଥିଲେ।
ହିଞ୍ଜିଳିକାଟୁ ପୂର୍ତ୍ତ ବିଭାଗ ଡ଼ାକବଙ୍ଗଳାରେ ବିଶ୍ରାମ କରିବା ସହ ସ୍ଥାନୀୟ କାର୍ଯ୍ୟକର୍ତ୍ତା ମାନଙ୍କ ସହ ସାଂଗଠନିକ ଆଲୋଚନା କରିଥିଲେ। ତେବେ ଡାକବଙ୍ଗଳାରେ ଆବଶ୍ୟକୀୟ ସୁବିଧା ଅଭାବରୁ ମନ୍ତ୍ରୀ ଏବଂ ଦଳୀୟ କାର୍ଯ୍ୟକର୍ତ୍ତା ମାନେ କ୍ଷୋଭ ପ୍ରକାଶ କରିଥିଲେ। ପରେ  ସେ ସହରରେ ଥିବା ପ୍ରଧାନମନ୍ତ୍ରୀ ଜନ ଔଷଧି କେନ୍ଦ୍ରକୁ ମଧ୍ୟ ବୁଲି ଦେଖିଥିଲେ। ମନ୍ତ୍ରୀଙ୍କ ଗସ୍ତ ସମୟରେ ବିଜେପି ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ, ବିଜେପି ରାଜ୍ୟ ଉପସଭାନେତ୍ରୀ ଅନୀତା ଶୁଭଦର୍ଶୀନି ପଟ୍ଟନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିଶିର କୁମାର ମିଶ୍ର, ଜିଲ୍ଲା ଉପସଭାପତି ମାଧବ ଗୌଡ଼ ଏବଂ ନଗର ସଭାପତି ସନ୍ତୋଷ କୁମାର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ମନ୍ତ୍ରୀଙ୍କ ଗସ୍ତ ସମୟରେ ବିଜେପିର ଦଳୀୟ କନ୍ଦଳ ମଧ୍ୟ ପଦାରେ ପଡ଼ିଥିଲା । ଗୋଟିଏ  ଗୋଷ୍ଠୀ ହିଞ୍ଜିଳିକାଟୁରେ ସଂଗଠନ ଚଳାଉଥିବା ଶିଶିର ମିଶ୍ରଙ୍କ ବିରୋଧରେ ନାରାବାଜି କରିଥିବା ଦେଖିବାକୁ ମିଳିଥିଲା।
Leave A Reply