ଛତ୍ରପୁର ୨୮/୬ : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହର ରେ ଥିବା ଆହାର କେନ୍ଦ୍ରକୁ ଖାଦ୍ୟ ଯୋଗାଇ ଦେବା ନିମନ୍ତେ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି । ସ୍ଥାନୀୟ ନୂତନ ବସ ଷ୍ଟାଣ୍ଡ ପରିସରରେ ଆହାର କିଚେନ ଗୃହ ନିମନ୍ତେ ଆଜି ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି । ଛତ୍ରପୁର ଆହାର କେନ୍ଦ୍ରକୁ ମାନା ଟ୍ରଷ୍ଟ ପକ୍ଷରୁ ଖାଦ୍ୟ ଯୋଗାଇ ଦିଆଯାଉଛି । ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପ୍ରକାରେ ସ୍ଥାନୀୟ ଏସଏଚଜି ମହିଳା ମାନେ ଆହାର କିଚେନ ଗୃହର ଦାୟିତ୍ୱ ନେଇ ସ୍ଥାନୀୟ ଆହାର କେନ୍ଦ୍ରକୁ ଖାଦ୍ୟ ଯୋଗାଇବା ଲକ୍ଷ୍ୟ ନେଇ ଆଜି ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି । ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆହାର କିଚେନ ଗୃହ ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଗୃହ ଆଗାମୀ ଦୁଇ ମାସ ଭିତରେ ଶେଷ କରିବା ନିମନ୍ତେ ଲକ୍ଷ ଧାର୍ଯ୍ୟ କରାଯାଇଛି । ଏହାର ଅଟକଳ ମୁଲ୍ୟ ୨୪ ଲକ୍ଷ ଟଙ୍କା ରହିଥୀବା ଏନଏସି ପକ୍ଷରୁ ସୂଚନା ମିଳିଛି । ଆଜିର ଏହି କାର୍ଯ୍ୟକ୍ରମରେ ଛତ୍ରପୁରର ଏନଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ଓ ୪ ଜଣ କାଉନସିଲର ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ଏନଏସିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ୍. ଗଣେଷ ବାବୁ ଓ ଏନଏସିର ବହୁ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ସେହିପରି ଛତ୍ରପୁର ଏନଏସି ପକ୍ଷରୁ ସ୍ଥାନୀୟ ଷ୍ଟାଡିୟମ ପରିସରରେ ସକାଳ ଓ ଅପରାହ୍ନରେ ନିୟମିତ ବ୍ୟାୟାମ କରିବାକୁ ଆସୁଥିବା ଜନ ସାଧାରଣ ମାନଙ୍କ ନିମନ୍ତେ ୧୫ ଲକ୍ଷ ଟଙ୍କା ବ୍ୟୟରେ ଏକ ଟଏଲେଟ କମ୍ପେ୍ଲକ୍ସ ନିର୍ମାଣ ନିମନ୍ତେ ଆଜି ବିଧାୟକ ଶ୍ରୀ ବେହେରାଙ୍କ ଦ୍ୱାରା ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଟଏଲେଟ କମ୍ପେ୍ଲକ୍ସ ହେବା ଦ୍ୱାରା ବହୁ ଲୋକ ଉପକୃତ ହୋଇ ପାରିବେ ବୋଲି ଏନଏସି ପକ୍ଷରୁ ସୂଚନା ମିଳିଛି ।