ଛତ୍ରପୁର ୨୮/୬ : ସ୍ଥାନୀୟ ବ୍ଲକ ଅନ୍ତର୍ଗତ ପୋଟ୍ଟଲାମପୁର ଗ୍ରାମ ଠାରେ ଅରୋମିରା ଇଣ୍ଡିଆନ ଗ୍ୟାସ ତରଫରୁ ଅଧିକାରିଣୀ ଟି. ନିବେଦିତାଙ୍କ ନିର୍ଦେଶକ୍ରମେ ଏକ ସଚେତନ ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଲୋକମାନେ କିପରି ଗ୍ୟାସ ସୁରକ୍ଷିତ ଭାବେ ବ୍ୟବହାର କରିପାରିବେ ଏବଂ କିପରି ସହଜରେ ବୁକିଂ କରିପାରିବେ ସେଥି ନିମନ୍ତେ ମ୍ୟାନେଜର ପ୍ରକାଶ ବେହେରା ଓ ଡେଲିଭରି ବୟ ନାରାୟଣ ବେହେରା ଉପସ୍ଥିତ ଥିବା ଜନସାଧାରଣ ମାନଙ୍କୁ ବୁଝାଇଥିଲେ । ଗ୍ୟାସ ସିଲିଣ୍ଡର ରଖିବା ସମୟରେ ଓଜନ ମାପିବା ଏବଂ ଲିକେଜ ଡେଲିଭରି ବୟ ଦ୍ୱାରା କିପରି ଚେକ୍ କରିପାରିବେ ସେ ବିଷୟରେ ମଧ୍ୟ ଆଲୋକପାତ କରାଯାଇଥିଲା । ଗ୍ୟାସ ଡେଲିଭରି ପାଇଁ ମଧ୍ୟ କୌଣସି ଦେୟ ନଥିବା ମଧ୍ୟ ଦୁହେଁ ଲୋକଙ୍କୁ ବୁଝାଇଥିଲେ ।