Odisha news

ବଡପଖରିଆ ଛକ ନିକଟରେ ମୋଟର ସାଇକେଲ ଦୁର୍ଘଟଣା ଜଣେ ଯୁବକ ଗୁରୁତର

0

ନିରାକାରପୁର, ୨୪/୬:   ୧ ୬ନମ୍ବର ଜାତୀୟ ରାଜପଥ ବଡପଖରିଆ ଛକ ନିକଟରେ ମୋଟର ସାଇକେଲ ଦୁର୍ଘଟଣା।ଦୁର୍ଘଟଣା ରେ ଜଣେ ଯୁବକ ଗୁରୁତର।ଗୁରୁତର ଜଣଙ୍କ ଭୂବନେଶ୍ୱର ସ୍ଥାନାନ୍ତରିତ।ଘଟଣାରୁ ଜଣା ପଡିଛି ଟାଗିଂ ବଡପାରି ଗ୍ରାମର ମଣ୍ଟୁ ରାଉତ ଖୋର୍ଦ୍ଧା ରୁ ଏକ ବାଇକ ଯୋଗେ ନିଜ ଘର ବଡପାରି ଫେରୁଥିବା ବେଳେ ବଡପଖରିଆ ଛକ ନିକଟରେ ଘଟିଛି ଦୁର୍ଘଟଣା।ମୋଟର ସାଇକେଲ ଡିଭାଇଡରରେ ପିଟି ହୋଇ ଯୁବକ ଜଣଙ୍କ ଛିଟିକି ପଡିବାରୁ ମୁଣ୍ଡରେ ଶକ୍ତ ଆଘାତ ଲାଗିଛି।ନିରାକାରପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ୧୦୮ଆମ୍ବୁଲାନ୍ସ ଯୋଗେ ଗୁରୁତର ଯୁବକକୁ ଖୋର୍ଦ୍ଧା ମେଡ଼ିକାଲକୁ ପଠାଇଛନ୍ତି ପରେ ଅବସ୍ଥା ଗୁରୁତର ହେବାରୁ ଯୁବକ ଜଣଙ୍କୁ ଭୂବନେଶ୍ୱର ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି।

Govt
Leave A Reply