ଜମନକିରା,୨୪/୬ ଜମନକିରା ବ୍ଲକ ଫାଶିମାଲ ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ରଠାରେ ରାଜ୍ୟସ୍ତରୀୟ ବ୍ୟାପକ ଏକକୀକରଣ ଅଭିଦାନ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରର ଅଧିକ୍ଷକ ଡ଼ା. ଶରତ କୁମାର ଦେହୁରୀଙ୍କ ଅଧ୍ୟକ୍ଷତାରେ ଚାଲିଥିବା ଉକ୍ତ ତାଲିମ ଶିବିରରେ ବ୍ଲକର ସମସ୍ତ ପୁରୁଷ ଓ ମହିଳା ସ୍ଵାସ୍ଥ୍ୟକର୍ମୀ , ସ୍ବାସ୍ଥ୍ୟ ପରିଦର୍ଶକ, ଗୋଷ୍ଠି ସ୍ବାସ୍ଥ୍ୟ ଅଧିକାରୀ, ବିପିଏମ୍, ଭିବିଟିଏ, ଏସଟିଏସ, ତାଇଚଇଓ, ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବାର ସମସ୍ତ ଅଧିକାରୀ , ରାଷ୍ଟ୍ରୀୟ ବାଲ୍ୟ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମଟି ୨୧/୬ ରୁ ୨୦/୯ /୨୨ ୩ ମାସ ପର୍ଯ୍ୟନ୍ତ ଚାଲିବାକୁ ଥିବା ଉକ୍ତ ଅଭିଦାନରେ ଆଶାକର୍ମୀ ମାନେ ଘର ଘର ବୁଲି , ମ୍ୟାଲେରିଆ,ଡେଙ୍ଗୁ, ଡାଇରିଆ, ଟିବି, କୁଷ୍ଟ, ଓ କରୋନା ରୋଗ ପାଇଁ ସର୍ଭେ କରିବେ। ଡ଼ା. ଦେହୁରୀ ସମସ୍ତ ସ୍ବାସ୍ଥ୍ୟକର୍ମୀ ଙ୍କୁ ଉକ୍ତ ବିଷୟରେ ତାଲିମ୍ ଦେଇ ଦାଇତ୍ୱ ବଣ୍ଟନ କରିଥିଲେ। ଶେଷରେ ଜନସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ତରୁଣ କୁମାର ନାଏକ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।