Odisha news

ଅସ୍ତରଙ୍ଗ ରେ ଶ୍ରୀ ଅରବିନ୍ଦ ଙ୍କ ଜାଗରଣ ଯାତ୍ରା ।

0

ଅସ୍ତରଙ୍ଗ ,,ସୁଦୂର ପଣ୍ଡିଚେରି ର   ଶ୍ରୀମା ଅରବିନ୍ଦ ଙ୍କ ଆଶ୍ରମ ରୁ ବାହାରିଥିବା,ତଥା ଦେଶପ୍ରେମୀ ଶ୍ରୀ ଅରବିନ୍ଦ ଙ୍କ150ତମ ଜୟନ୍ତୀ ଉପଲକ୍ଷେ,ଅତି ମାନସ ଜାଗରଣ ଚେତନା ଯାତ୍ରା,ରବିବାର ଦିନ ଅସ୍ତରଙ୍ଗ ବ୍ଲକ ର କୋରଣା ଗ୍ରାମପଂଚାୟର  ର ପୋଟଳ ଛକ ନିକଟରେ ଥିବା,ଶ୍ରୀମା ଅରବିନ୍ଦ ଶିକ୍ଷା କେନ୍ଦ୍ର ରେ ପହଂଚି ଅଛି । ଚେତନା ଯାତ୍ରାଟି ପହଂଚିବା ପରେ, ଶିକ୍ଷା କେନ୍ଦ୍ର ପରିସରରେ ଶ୍ରୀମା ଓ ଅରବିନ୍ଦ ଙ୍କ ଜୀବନୀ ସହ ଏହି ମହାପୁରୁଷ ଙ୍କର ଆଧ୍ୟାତ୍ମିକ ବାଦ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଟିତ ହଇଥିଲା । ଏଥିରେ, ଅସ୍ତରଙ୍ଗ ଅଞ୍ଚଳର ବହୁ ଶିକ୍ଷିତ ବୁଦ୍ଧିଜୀବି ଙ୍କ ସହ, ଗଂଜାମ ଜିଲାର ବରିଷ୍ଠ ଅଧ୍ୟକ୍ଷ ଭାଗିରଥି ମହାପାତ୍ର,ପୁରୀଜିଲା ଆବାହକ ଗଙ୍ଗାଧର ମହାପାତ୍ର,ନୟାଗଡ଼ ଜିଲା ଆବାହକ ଶୁନିଲକୁମାର ପୃଷ୍ଟି,ପୁରୀଜିଲା ସଂଯୋଜକ ସୁକାନ୍ତ କୁମାର ଜେନା,ବିହାର ସ୍ତିତ ରାଜେନ୍ଦ୍ର କୃଷି  ବିଶ୍ଵବିଦ୍ୟାଳୟ ର କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର,କାକଟପୁର ସଂଯୋଜକ ଶିକ୍ଷାବିତ ଚିତ୍ତରଞ୍ଜନ ବିଶ୍ୱାଳ,ଅତିଥି ଭାବେ ଯୋଗଦେଇ , ମହାପୁରୁଷ ଙ୍କ ଉପରେ ବିଭିନ୍ନ ଟିପିଣୀ ଦେବାସହ, ଜନ ଜାଗରଣ ଯାତ୍ରାର ସଫଳ କାମନା କରିଥିଲେ ।ଆୟୋଜିତ କାର୍ଯ୍ୟକ୍ରମ କୁ ଶିକ୍ଷାକେନ୍ଦ୍ର ର ପ୍ରତିଷ୍ଠାତା, ମାଧବାନନ୍ଦ  ବେହେରା ,ଓ ପ୍ରଧାନ ଶିକ୍ଷକ ବଶିଷ୍ଠ କୁମାର ସାହୁ ପରିଚାଳନା କରିଥିଲା ବେଳେ, ସରପଞ୍ଚ କ୍ଷୀର କାଣ୍ଡି,ମଧୁସ୍ମିତା କାଣ୍ଡି ପ୍ରଭୁତି ଶ୍ରୀଅରବିନ୍ଦ ଙ୍କୁ ସମ୍ବର୍ଧନା ଜ୍ଞାପନ କରିଥିଲେ ।ଆସନ୍ତା କାଲି ପୁରୀ ରେ ଗଜପତି ମହାରାଜା ଜନଜାଗରଣ ଯାତ୍ରା ଟିର ଉଦ୍ ଯାପନ କରିବାର କାର୍ଯ୍ୟକ୍ରମ ରହିଅଛି ।

Govt
Leave A Reply