ପାରାଦୀପ୍ – ପାରାଦୀପ୍ ର ବୃହତ୍ ସାର କାରଖାନା ପିପିଏଲ୍ ବିରୋଧରେ ପିପିଏଲ୍ ଜମିହରା ସମାଜ ମଙ୍ଗଳ କମିଟି ର ଆନ୍ଦୋଳନ ପାଇଁ ଆରମ୍ଭ ହେଲା ପ୍ରସ୍ତୁତି | ଲୋକ ମାନଙ୍କର ଏବେ ବି ପିପିଏଲ୍ 186 ଏକର ରୁ ଉର୍ଦ୍ଧ ଜମି ପିପିଏଲ୍ କର୍ତ୍ତୁପକ୍ଷ ଜବର ଦଖଲ କରି ରଖିଥିବା ବେଳେ ଏହାକୁ ଜବର ଦଖଲ ମୁକ୍ତ କରିବା ପାଇଁ ଦାବି ବାରମ୍ବାର କରାଯାଇଛି | ଏହାକୁ କମ୍ପାନୀ ପକ୍ଷରୁ ଭୃକ୍ଷେପ ନକରାଯାଇ ଥିବା ବେଳେ ଏଥି ପାଇଁ ସ୍ତାନୀୟ ଲୋକ ମାନେ ଏକତ୍ରିତ ହେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି | ସେହିପରି ପିପିଏଲ୍ ପରିସର ମଧ୍ୟରେ ଥିବା 800 ଏକର ଗାଡ଼ିଆ ଜମି କୁ କୈବର୍ତ୍ତ ପରିବାର କୁ ମାଛ ଚାଷ କରି ପାରିବାର ପ୍ରତିପୋଷଣ କରିବା ନିମନ୍ତେ ଦେବାକୁ ଦାବି କରିଛି କମିଟି | ସବୁଠାରୁ ବଡ କଥା ହେଉଛି ଜମିହରା ପରିବାର ଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଦେବା, ଜମିର ବର୍ଦ୍ଧିତ ମୂଲ୍ୟ ଏକକାଳୀନ ଡିପୋଜିଟ୍ କରିବାକୁ କମ୍ପାନୀ ପକ୍ଷରୁ ପ୍ରତିଶୃତି ଦେଇଥିଲେ ମଧ୍ଯ ତାହା ପାଳନ ନକରିବା , ଜମିହରା ପକ୍ଷ୍ୟରୁ ପଞ୍ଜୀକରଣ ହୋଇଥିବା ସମିତି କୁ ଠିକା କାମ ଯୋଗାଇ ଦେବା ଓ ବିଶେଷ କରି ପାରିପାର୍ଶ୍ୱିକ କାର୍ଯ୍ୟ କୁ ତ୍ଵରାନ୍ଵିତ କରିବା ପାଇଁ କମିଟି ଆଜି ଦାବି କରିଛି | ଯଦି କମ୍ପାନୀ ଏହା ନକରେ ତେବେ ଆଗାମୀ ଦିନ ରେ ଜୋରଦାର୍ ଆନ୍ଦୋଳନ କରାଯିବ ବୋଲି କମିଟି ର ସଭାପତି ବାଳକୃଷ୍ଣ ଜେନା ଓ ସାଧାରଣ ସମ୍ପାଦକ ସୁବାଷ ମହାପାତ୍ର ଚେତାବନୀ ଦେଇଛନ୍ତି | ଏହି ସାମ୍ବାଦିକ ସମ୍ମିଳନୀ ରେ ବଗଦିଆ, ମଙ୍ଗରାଜପୁର୍, ଜିଲ୍ଲାନାସି , ସିଜୁ, କୋଠି ଆଦି ପ୍ରାୟ 16 ଟି ଗ୍ରାମ ର ଲୋକ ମାନେ ଆସିଥିବା ଦେଖାଯାଇଥିଲା |