Odisha news

ଏମ୍‌.ସି.ଏଲ୍‌. ଆମ୍ବୁଲାନସ୍ ଡିଭିଜନ୍ ପକ୍ଷରୁ ଆଜାଦି କା ଅମୃତ ମହୋତ୍ସବ ପାଳନ

0

ତାଳଚେର ତା ୨୫/୦୧ ସେଂଟ୍ ଜନସ୍ ଆମ୍ବୁଲାନସ୍ ଓଡିଶା ଏମ୍‌.ସି.ଏଲ୍‌. ଆମ୍ବୁଲାନସ୍ ଡିଭିଜନ୍ ପକ୍ଷରୁ ସ୍ଥାନୀୟ ଡେରା ଅଫିସର୍ସ କ୍ଲବ ଠାରେ ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ଏକ ସୂର୍ଯ୍ୟ ନମସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଏମ୍‌.ସି.ଏଲ୍‌. ଆମ୍ବୁଲାନସ୍ ଡିଭିଜନ୍ ର କମାଣ୍ଡର ଦିନବନ୍ଧୁ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ତାଳଚେର ଏରିଆ ମହାପ୍ରବନ୍ଧକ ମୁରାରୀ ମିଶ୍ର, ଅନ୍ୟତମ ଅତିଥି ଭାବେ ଏରିଆ କାର୍ମିକ ଅଧିକାରୀ ସରୋଜ କୁମାର ଦାସ ଏବଂ ଅନୁଷ୍ଠାନର ସମସ୍ତ ବ୍ରିଗେଡିୟର ଯୋଗ ଦେଇ ସୂର୍ଯ୍ୟ ନମସ୍କାର ମାଧ୍ୟମରେ ବିଶ୍ୱ ନିରାମୟ ପାଇଁ ଏକ ଆହ୍ୱାନ କରାଯାଇଥିଲା । ସୂଚନାଯୋଗ୍ୟ, ଚଳିତ ୭୫ ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଭାରତର ଆୟୁଷ୍ ମନ୍ତ୍ରାଳୟ ସହିତ ୫ଟି ସଂସ୍ଥା ଯଥା-ପତଞ୍ଜଳୀ ଯୋଗ ସମିତି, ଗୀତା ପରିବାର, କ୍ରୀଡା ଭାରତୀ, ହାର୍ଟଫୁଲ୍‌ନେସ୍ ଏବଂ ଜାତୀୟ ଯୋଗାସନ ଫେଡେରେସନ୍ ସଂସ୍ଥାନ ଦ୍ୱାରା ୭୫ କୋଟି ସୂର୍ଯ୍ୟ ନମସ୍କାର ଜରିଆରେ ଭାରତମାତାକୁ ଭେଟି ଦେବା ସହିତ ସାରା ବିଶ୍ୱକୁ ସର୍ବେ ସନ୍ତୁ ନିରାମୟା ଯୋଗ ଦ୍ୱାରା କରାଯିବା ପାଇଁ ଆହ୍ୱାନ କରାଯାଇଅଛି । ଏହା ସମସ୍ତଙ୍କୁ ସାମିଲ୍ କରିବା ଉଦ୍ଦେଶ୍ୟ ନେଇ ଅନୁଷ୍ଠାନ ତରଫରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଜିର ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ପଥପ୍ରଦର୍ଶକ ସିଦ୍ଧେଶ୍ୱର ପ୍ରଧାନ ପରିଚାଳନା କରିଥିଲେ ।

Govt
Leave A Reply