ତାଳଚେର ତା ୨୫/୦୧ ତାଳଚେର ଟାଉନ୍ ହାଟତୋଟା ଅଂଚଳରେ ବିହାର ରାଜ୍ୟ ପାଟଣା ଅଂଚଳର ଅଭିଷେକ ଆନନ୍ଦ (୧୯) ରହି ସ୍ଥାନୀୟ ପିଏମଆଇଟି ଇଞ୍ଜିନିଅରନିଙ୍ଗ କଲେଜରେ ଅଧ୍ୟୟନ କରୁଥିଲେ । ଆଜି ସାଙ୍ଗମାନଙ୍କ ସହିତ ସେ ଭୋଜି କରିବାକୁ ତାଳଚେର ବ୍ଲକ ଅନ୍ତର୍ଗତ କଙ୍କିଳି ଗ୍ରାମ କାଜୁପଡ଼ିଆକୁ ଯାଇଥିଲେ । ସେଥିରୁ ଦୁଇଜଣ ସାଙ୍ଗ ଗାଧୋଇବାକୁ ପ୍ରାୟ ଦିନ ଗୋଟାଏ ସମୟରେ ସେଇ ନିକଟରେ ରହିଥିବା ବ୍ରାହ୍ମଣୀ ନଦୀକୁ ଯାଇଥିଲେ । ଭାଗ୍ୟର ବିଡ଼ମ୍ବନାର ଗଭୀର ଜଳରୁ ଗୋଟିଏ ସାଙ୍ଗ ଉଦ୍ଧାର ପାଇଯାଇଥିବା ବେଳେ ଅନ୍ୟ ସାଙ୍ଗଟି ପାଣି ଭିତରେ ବୁଡ଼ି ଯାଇଥିଲା ।
ଏହାପରେ ସେଠାରେ ଥିବା ଅନ୍ୟ ସାଙ୍ଗମାନେ ଚିତ୍କାର କରିଥିଲେ । ଏହା ଜାଣିବା ପରେ ନିକଟସ୍ଥ ଗ୍ରାମବାସୀମାନେ ଦୌଡ଼ିଆସି ମୃତ ଯୁବକକୁ ଉଦ୍ଧାର କରିଥିଲେ । ଏହି ଦୁଃଖଦ ଖବର ପ୍ରଚାରିତ ହେବାପରେ ତାଙ୍କ ପିଏମଆଇଟର ଛାତ୍ରଛାତ୍ରୀଙ୍କ ମହଲ ଏବଂ ତାଙ୍କ ପରିବାରଙ୍କ ମଧ୍ୟରେ ଶୋକର ଛାୟା ଖେଳାଇ ଦେଇଥିଲା । ପୋଲିସ୍ ଘଟଣା ସ୍ଥଳରେ ପଂହଚି ମୃତ ଯୁବକକୁ ଶବବ୍ୟଚ୍ଛେଦ ପାଇଁ ତାଳଚେର ସରକାରୀ ମଣ୍ଡାପାଳ ଡ଼ାକ୍ତରଖାନାକୁ ପଠାଇ ଦେଇଥିଲା ଏବଂ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ପୋଲିସ୍ ସୂତ୍ରରୁ ପ୍ରକାଶ ।