ଭାରତୀୟ ଜ୍ୟୋତିଷ ଶାସ୍ତ୍ରରେ ନବଗ୍ରହଙ୍କର ବିଶେଷ ମହତ୍ୱ ରହିଛି l ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି ଯେ ଏହି ଗ୍ରହ ମାନଙ୍କର ଚଳଣି ଓ ସ୍ଥିତି ଆମ ଜୀବନ ଉପରେ ପ୍ରତ୍ୟକ୍ଷ ପ୍ରଭାବ ପକାଇ ଥାଏ l ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟେକ ଗ୍ରହର ତାର ସ୍ୱରୂପ ଓ ପୌରାଣିକ କଥା ଆଧାରରେ ଅଲଗା ଅଲଗା ଗ୍ରହର ସ୍ୱାମୀ ଅଟନ୍ତି l
ଆସନ୍ତୁ ଜାଣିବା ଏହି ଗ୍ରହ ଗୁଡିକ ବିଷୟରେ –
* ସୂର୍ଯ୍ୟ ଗ୍ରହ –
ସୂର୍ଯ୍ୟ ସମସ୍ତ ଗ୍ରହର ସ୍ୱାମୀ ଗ୍ରହ ଅଟନ୍ତି l ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟଙ୍କ ରଙ୍ଗ ନାରଙ୍ଗୀ, ରକ୍ତ ବର୍ଣ ଓ ସୁବର୍ନ ରଙ୍ଗ ଅଟେ l ଏହି ରଙ୍ଗର ପୋଷାକ ପିନ୍ଧିବା ଦ୍ୱାରା କିମ୍ବା ପ୍ରୟୋଗ କରିବା ଦ୍ୱାରା ବ୍ୟକ୍ତିତ୍ୱରେ ସକାରାତ୍ମକ ଶକ୍ତି ଆସିଥାଏ ଓ ସୂର୍ଯ୍ୟ ଦୋଷ ଦୂର ହୋଇଥାଏ, ଜୀବନରେ ସଫଳତା ମିଳିଥାଏ l
* ଚନ୍ଦ୍ର ଗ୍ରହ –
ଚନ୍ଦ୍ରମା ପୃଥିବୀର ଖୁବ ନିକଟତର ହୋଇଥିବା କାରଣରୁ ପୃଥିବୀରେ ଏହାର ପ୍ରଭାବ ସବୁଠୁ ଅଧିକ ପଡିଥାଏ l ତାଙ୍କର ରଙ୍ଗ ଧଳା ହୋଇଥାଏ l ଚନ୍ଦ୍ର ଦୋଷ ଥିଲେ ଶ୍ୱେତ ରଙ୍ଗର ବସ୍ତୁ ଦୁଗ୍ଧ, ଖିରି ଓ ଚାଉଳ କିମ୍ବା ଚନ୍ଦ୍ର ଦାନ କରାଯାଇଥାଏ l
* ମଙ୍ଗଳ ଗ୍ରହ –
ଭାରତୀୟ ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହର ରଙ୍ଗ ନାଲି ହୋଇଥାଏ l ଯଦି ମଙ୍ଗଳ ଦୋଷ ରହୁଛି ତେବେ ନାଲି ରଙ୍ଗର ବସ୍ତୁ ଧାରଣ କରିବା ସହିତ ନାଲି ଜିନିଷ ଦାନ କରାଯାଇ ଥାଏ l ନାଲି ରଙ୍ଗ ପ୍ରେମ, ଉତ୍ସାହ ଓ ସାହସ ର ପ୍ରତୀକ ଅଟେ l
* ବୁଧ ଗ୍ରହ –
ବୁଧ ଗ୍ରହର ବାଣୀ କୁଶଳତା ସଂଚାର ଓ ବୁଦ୍ଧି ର ଗ୍ରହ ବୋଲି କୁହାଯାଏ l ଏହାର ରଙ୍ଗ ସବୁଜ ଅଟେ l ବୁଧ ଦୋଷ ଦୂର କରିବା ପାଇଁ ସବୁଜ ରଙ୍ଗର ବସ୍ତୁ, ମୁଗ ଓ ବୃକ୍ଷ ଦାନ କରିବା ଆବଶ୍ୟକ l
* ବୃହସ୍ପତି ଗ୍ରହ –
ବୃହସ୍ପତି ହେଉଛନ୍ତି ଦେବତା ମାନଙ୍କର ଗୁରୁ l ସେଥିପାଇଁ ଏହାକୁ ଗୁରୁ ଗ୍ରହ କୁହାଯାଇ ଥାଏ l ଏହି ଗ୍ରହର ରଙ୍ଗ ହଳଦିଆ ଅଟେ l ଗୁରୁ ଦୋଷକୁ ଦୂର କରିବା ପାଇଁ ହଳଦୀ ଚଣା ଓ ଗୁଡ ଗାଈକୁ ଖାଇବାକୁ ଦେବା ଆବଶ୍ୟକ l
* ଶୁକ୍ର ଗ୍ରହ –
ଶୁକ୍ର ଗ୍ରହକୁ ପ୍ରେମ ସୌନ୍ଦର୍ଯ୍ୟ ଓ ସୁଖ ସୌଭାଗ୍ୟର ପ୍ରତୀକ ଭାବରେ ଗ୍ରହଣ କରାଯାଏ l ଏହି ଗ୍ରହର ରଙ୍ଗ ଉଜ୍ଜଳ ଶ୍ୱେତ ଓ ଗୋଲାପୀ ବୋଲି କୁହାଯାଏ l ଯେଉଁ ବ୍ୟକ୍ତି ମାନଙ୍କର ବୈବାହିକ ଜୀବନରେ ଅସୁବିଧା ଦେଖା ଯାଇଥାଏ ସେମାନେ ଏହି ରଙ୍ଗର ବସ୍ତୁର ପ୍ରୟୋଗ କରି ଥାଆନ୍ତି l
* ଶନି ଗ୍ରହ –
ଶନି ଗ୍ରହ ରଙ୍ଗ କଳା ଓ ନୀଳ ଅଟେ l କାହିଁକି ନା ତାର ବେଳୟ ରେ ନୀଳ ରଙ୍ଗ ରହିଥାଏ l ଶନି ଙ୍କ ଦୁଃଷପ୍ରଭାବରୁ ରକ୍ଷା ପାଇବା ପାଇଁ କଳା ରଙ୍ଗର ଜୋତା, ଛତା , ଲୁହା ଜିନଷ ଦାନ କରିବା ଉଚିତ l
* ରାହୁ ଗ୍ରହ –
ରହୁ ଓ କେତୁ ଗ୍ରହଙ୍କ ଅଶୁଭ ଶ୍ରେଣୀରେ ରଖା ଯାଇଛି l ରାହୁ ଗ୍ରହର ରଙ୍ଗ ନୀଳ ହୋଇଥିବା ସହିତ କଳା ମଧ୍ୟ ହୋଇଥାଏ l କିନ୍ତୁ ରାହୁ ଙ୍କ କୋପରୁ ରକ୍ଷା ପାଇବା ପାଇଁ ଏହି ରଙ୍ଗର ପ୍ରୟୋଗ ଭାବି ଚିନ୍ତା କରିବା ଆବଶ୍ୟକ l
* କେତୁ ଗ୍ରହ –
କେତୁ ଗ୍ରହର ରଙ୍ଗ ଚମକ ପ୍ରଦ ହୋଇଥାଏ l କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହାର ରଙ୍ଗକୁ କଳା କିମ୍ବା ଶ୍ୱେତ ରଙ୍ଗ ବୋଲି କୁହାଯାଏ l କେତୁଙ୍କ ପ୍ରଭାବରୁ ରକ୍ଷା ପାଇବା ପାଇଁ କଳା କୁକୁରକୁ ରୁଟି ଖାଇବାକୁ ଦିଅନ୍ତୁ l