Odisha news

ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କରେ ଫାଟ ସୃଷ୍ଟି କରିଥାଏ ଏହିସବୁ କଥା, ସେଥିପାଇଁ ଦିଅନ୍ତୁ ଧ୍ୟାନ

0

ଧର୍ମ ଶାସ୍ତ୍ରରେ ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କକୁ ଅନେକ କଥା କୁହାଯାଇଛି lଶାସ୍ତ୍ର ର ମହତ୍ୱ ଆମ ଜୀବନ ଉପରେ ଖୁବ ଅଧିକ ପଡିଥାଏ l ସ୍ୱାମୀସ୍ତ୍ରୀ ଙ୍କ ସମ୍ପର୍କ ଭଗବାନଙ୍କ ଦ୍ୱାରା ହୋଇଛି ବୋଲି ଶାସ୍ତ୍ରରେ କୁହାଯାଇଛି l ତେଣୁ ଏହି ସମ୍ପର୍କ ଏପରି ଗୋଟିଏ ପବିତ୍ର ସମ୍ପର୍କ ଯାହାର କୌଣସି ତୁଳନା ନାହିଁ l ତେଣୁ ଏହି ସମ୍ପର୍କ କୁ ଅଧିକ ସୁନ୍ଦର କରିବା ପାଇଁ ବିଶେଷ ଧ୍ୟାନ ମଧ୍ୟ ଦେବା ଆବଶ୍ୟକ l

* ସ୍ୱାମୀ ସ୍ତ୍ରୀଙ୍କୁ କଦାପି ମଧ୍ୟ ଜଣେ ଆଉଜଣ ଙ୍କର ଖରାପ ଗୁଣ ବଖାଣିବା ଉଚିତ ନୁହେଁ l ଉଭୟ ଉଭୟଙ୍କର ପ୍ରଶଂସା କରିବା ଆବଶ୍ୟକ l ଏହା ସମ୍ପର୍କ କୁ ମଧୁର କରିଥାଏ l ଯଦି ଆମେ ଅନ୍ୟର ଖରାପ ଗୁଣକୁ ବଖାଣିବା ତେବେ ଏହା ସମ୍ପର୍କ ରେ ଫାଟ ସୃଷ୍ଟି କରିଥାଏ l

* ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସାମାନ୍ୟ ମନାନ୍ତର ଓ ମତାନ୍ତର ଲାଗି ରହିଥାଏ l ଏଥିରେ କୌଣସି ସନ୍ଦେହ ନାହିଁ l କିନ୍ତୁ ଯେତେବେଳେ ଜଣେ କ୍ରୋଧ ର ସମସ୍ତ ସୀମାକୁ ଲଂଘୁଚି ଆଉଜଣଙ୍କୁ ଚୁପ ରହିବା ଆବଶ୍ୟକ l ସବୁବେଳେ ମନେ ରଖିବେ ଯେ କ୍ରୋଧ ସମ୍ପର୍କରେ ତିକ୍ତତା ଆଣିଥାଏ l ତେଣୁ କ୍ରୋଧ କୁ ସମ୍ବରଣ କରିବା ଆବଶ୍ୟକ l

* ଉଭୟ ଉଭୟଙ୍କର ସମ୍ମାନ କରିବା ଆବଶ୍ୟକ l କାରଣ ଗୋଟିଏ ସମ୍ପର୍କ ମଧୁର ହେବାରେ ସମ୍ମାନ ଓ ପ୍ରେମ ର ସମାନ ଭାବରେ ଆବଶ୍ୟକତା ରହିଥାଏ l ଯଦି ଉଭୟ ଉଭୟଙ୍କୁ ଅପମାନିତ କରି ଥାଆନ୍ତି ତେବେ ସେହି ସମ୍ପର୍କ ଅଧିକ ଦିନ ରହି ନଥାଏ l

* ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କ ସୂତା ଖିଅ ରେ ଚାଲିଥାଏ l ଯଦି ଉଭୟଙ୍କ ମଧ୍ୟରେ ଅବିଶ୍ୱାସ ଉଙ୍କି ମାରେ ତେବେ ସେହି ସମ୍ପର୍କ ରେ ଖୁବ ଶୀଘ୍ର ଫାଟ ସୃଷ୍ଟି ହୋଇଥାଏ l ତେଣୁ ସୁଖ ଦୁଃଖ ବାଧା ବିଘ୍ନ ଅଭାବ ଅସୁବିଧା ବିଶ୍ୱରେ ଖୋଲାଖୋଲି କଥା ହେଲେ ତେବେ ଯାଇ ସମ୍ପର୍କ ସୁନ୍ଦର ହୋଇ ପାରିବ l

Leave A Reply