ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ଜଣେ ସରକାରୀ ମହିଳା ଇଞ୍ଜିନିୟର ବେତୁଲ୍ ଜିଲ୍ଲାର ସ୍ଥାନୀୟ ପୋଲିସ ଷ୍ଟେସନ ରେ ଅଭିଯୋଗ ଆଣିଛନ୍ତି ଯେ ଅଦୃଶ୍ୟ ଭାବରେ ତାଙ୍କର ପୋଷାକ, ଖାଦ୍ୟ, ବସ୍ତ୍ର ଓ ସୁନା ଗହଣା ଚୋରି ହେଉ ଥିବାର ଅଭିଯୋଗ କରିଛନ୍ତି । ପୋଲିସ ଏହି ଘଟଣା କୁ ନେଇ ଦ୍ଵନ୍ଦ ରେ ରହିଛି ।
ଏହି ଅଭିଯୋଗ ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡ଼କ ଯୋଜନାର ବୈତୁଲ୍ ରେ କାର୍ଯ୍ୟରତ ଇଞ୍ଜିନିୟର ସୃତି ଝା କରିଛନ୍ତି । ଥାନା ଅଧିକାରୀ ଙ୍କ ପକ୍ଷରୁ କୁହାଯାଇଛି ଯେ ଇଞ୍ଜିନିୟର ଶ୍ରୁତି ଝା ଶୁକ୍ରବାର ଦିନ ଥାନାରେ ପହଞ୍ଚି ଏହି ଲିଖିତ ଅଭିଯୋଗ କରିଥିଲେ । ଏହି ଆବେଦନ ରେ ଲେଖିଛନ୍ତି ଯେ କୌଣସି ଅଦୃଶ୍ୟ ଶକ୍ତି ଯାହାର ଗୋଡ ଦେଖା ଯାଉ ନାହିଁ, କେତେବେଳେ ଧଳା ତ କେତେବେଳେ କଳା ପୋଷାକରେ ତାଙ୍କ ଘରକୁ ଆସି ସେ ପ୍ରସ୍ତୁତ କରିଥିବା ଖାଦ୍ୟ ଖାଇ ଦେଉଛି । ଏହି ଅଦୃଶ୍ୟ ଶକ୍ତି ତାଙ୍କ ସୁନା ଅଳଙ୍କାର ର ଓଜନ ମଧ୍ୟ ହ୍ରାସ କରି ଦେଉଛି । ଘରେ ରଖା ଯାଇଥିବା ଟଙ୍କା ଓ ପୋଷାକ ମଧ୍ୟ ଚୋରି କରୁଛି ।
ଏହି ମହିଳା ଇଞ୍ଜିନିୟର ଜଣଙ୍କ ପୋଲିସ ନିକଟରୁ ସହାୟତା ମାଗି ଛନ୍ତି । ସେ ଗତ କିଛିଦିନ ହେବ ଭୟରେ ଅଛନ୍ତି ।
ପୋଲିସ ଘଟଣାର ଛନବିନ ପରେ ମତ ଦେଇଛି ଯେ ମହିଳାଙ୍କ ମନରେ କୌଣସି ଭ୍ରମ ରହିଛି । ଯେଉଁ କାରଣରୁ ସେ ଏପରି ଚିନ୍ତା କରି ତାହାକୁ ନେଇ ଭ୍ରମର ଶିକାର ହୋଇଛନ୍ତି ଏହି ଘଟଣାରେ କୌଣସି ସତ୍ୟତା ନାହିଁ ।