Odisha news

ଆଶ୍ଚର୍ଯ୍ୟ ହେଲେ ବି ସତ : ଗୋଟିଏ ଗଛରେ ଫଳୁଛି ୪୦ ପ୍ରକାରର ଫଳ ,କଣ ରହିଛି ଏହି ଗଛର ବିଶେଷତା

ନୂଆଦିଲ୍ଲୀ : ଆମେ ପ୍ରାୟ ସମସ୍ତେ ଫଳ ଖାଇବାକୁ ଖୁବ ପସନ୍ଦ କରିଥାଉ l ସବୁ ଫଳର ସ୍ୱତନ୍ତ୍ର ଗଛ ରହିଥିବା କଥା ଆପଣ ସମସ୍ତେ ଜାଣିଛନ୍ତି l କିନ୍ତୁ ଗୋଟିଏ ଗଛରେ ଅଲଗା ଅଲଗା ପ୍ରକାରର ୪୦ ଟି ଫଳ ଫଳୁଥିବା କଥା ହୁଏତ କେହି ଜାଣି ନଥିବେ l ଏହା ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ୍ୟ ଅଟେ l କୃଷି କ୍ଷେତ୍ରରେ ହୋଇଥିବା ଏହି ଉନତି ଯୋଗୁଁ ଏହାକୁ “ଟ୍ରି ଅଫ 40” କୁହାଯାଏ l ଆଉ ଏହି ବୃକ୍ଷର ମୂଲ୍ୟ ଜାଣିବା ପରେ ଆପଣଙ୍କ ହୋସ ଉଡିଯିବ l ବିଶ୍ୱରେ ଟ୍ରି ଅଫ 40 ନାମକ ଗଛଟି ଚର୍ଚାର ବିଷୟ ପାଲଟିଛି l ଆଜି ପର୍ଯ୍ୟନ୍ତ କୃଷି ବିଜ୍ଞାନ ଅନୁସାରେ ଗୋଟିଏ ଗଛରେ ୨ ରୁ ୩ ପ୍ରକାରର ଫଳ ଫଳି ପାରିଛି l କିନ୍ତୁ ୪୦ ପ୍ରକାରର ଫଳ ସମ୍ଭବ ହୋଇନାହିଁ l

ଏହି ଗଛଟି ମଣିଷ ମସ୍ତିସ୍କ ଦ୍ୱାରା ସୃଷ୍ଟି ହୋଇ ପାରିଛି l ଆମେରିକାର ସେରକ୍ୟୁଜ ବିଶ୍ୱବିଦ୍ୟାଳୟ ର ଭିଜୁଆଲ ଆର୍ଟ୍ସ ର ପ୍ରଫେସର ସେମ ୱାନ ଏକେନ ବିଚାରଧାରା ଏହି ଅଦ୍ଭୁତ ବୃକ୍ଷର ଆଧାର ଅଟେ l ଗ୍ରାଫ୍ଟିଙ୍ଗ ନାମକ ଯାନ୍ତ୍ରିକ ବିଦ୍ୟା ଯୋଗୁଁ ସେମ ଏହି କାର୍ଯ୍ୟ କରିବାରେ ସଫଳ ହୋଇଛନ୍ତି l ଏହି ଗଛକୁ ଫଳିବା ପାଇଁ ପାଖାପାଖି ୯ବର୍ଷ ସମୟ ଲାଗିଛି l ଏହି ଗଛଟି ଆମେରିକାର ଗୋଟିଏ ବଗିଚାରେ ରହିଛି l

୨୦୦୮ ପୂର୍ବରୁ ଏହି ଗଛ ନ୍ୟୁୟର୍କ ର ରାଜ୍ୟର କୃଷି ପ୍ରୟୋଗଶାଲା ରେ ରହିଥିଲା ଏଥିରେ ଫଳ ମାନଙ୍କର ଦୁର୍ଲଭ ପ୍ରଜାତି ରହିଥିଲା , କିନ୍ତୁ ଆର୍ଥିକ ସ୍ତିତି ଯୋଗୁଁ ଏହି ବଗିଚା ବନ୍ଦ ହେବାକୁ ଯାଉଥିଲା ,କିନ୍ତୁ ପ୍ରଫେସର ସାମ ଙ୍କ ନଜର ଯେତେବେଳେ ଏହି ବଗିଚା ଉପରେ ପଡିଲା ସେତେବେଳେ ସେ ଏହାକୁ ଲିଜ ରେ ନେଇଥିଲେ l

ଏହି ଗଛର ସ୍ୱତନ୍ତ୍ରତା –
ଏହି ଗଛ ଉପରେ ୪୦୦ ପ୍ରକାରର ଫଳ ଏକା ସାଙ୍ଗରେ ଫଳି ଥାଏ l ଏହା କେବଳ ଗ୍ରାଫ୍ଟିଙ୍ଗ ଯୋଗୁଁ ସମ୍ଭବ ହୋଇଛି l ଗ୍ରାଫ୍ଟିଙ୍ଗ ଉପାୟ ରେ ଗଛ ଲଗାଇବା ପ୍ରକ୍ରିୟା କୁ ପ୍ରୟୋଗ ରେ ଅଣା ଯାଇଥାଏ l ଗଛର ଗୋଟିଏ ଶାଖା କୁ ତାର କଅଁଳିଆ ପତ୍ର ସହିତ କଟା ଯାଇଥାଏ l ଏହାପରେ ଶୀତଋତୁ ସମୟରେ ମୁଖ୍ୟ ଗଛରେ ଗୋଟିଏ କଣା କରି ଲଗାଯାଇଥାଏ l ପ୍ରଫେସର ସେମ ଏହି ଉପାୟ ଦ୍ୱାରା ୨୦୦୮ ରେ ଟ୍ରି ଅଫ 40 ଉପରେ କାମ କରିବା ଆରମ୍ଭ କରିଥିଲେ l ଆଜି ଏହି ଗଛରେ ନାସପାତି ,ସଫେଟା ଭଳି ଅନେକ ଫଳ ଗୋଟିଏ ଗଛରେ ଫଳୁଛି l

Govt

Comments are closed.