ପୌରାଣିକ ସମୟର ସବୁଠୁ ବଡ ସିଭିଲ ଇଂଜିନିୟର ବିଶ୍ୱକର୍ମା ଅଟନ୍ତି l ତାଙ୍କର ଜୟନ୍ତୀ ଭାଦ୍ରବ ମାସ କନ୍ୟା ସଂକ୍ରାନ୍ତି ଦିନ ହୋଇଥାଏ l ଭଗବାନ ବିଶ୍ୱକର୍ମା ଙ୍କ ଆଲୋଚନା ୧୨ ଟି ଆଦିତ୍ୟ ଓ ଲୋକପାଳ ଙ୍କ ସହିତ ଋଗବେଦ ରେ ମଧ୍ୟ ହୋଇଛି l ମାନ୍ୟତା ଅନୁସାରେ ପ୍ରାଚୀନ କାଳରେ ଯେତେବି ରାଜଧାନୀ ରହିଥିଲା , ତାର ନିର୍ମାଣ ଭଗବାନ ବିଶ୍ୱକର୍ମା ଙ୍କ ଦ୍ୱାରା କରାଯାଇଛି l ସତ୍ୟ ଯୁଗର ସ୍ୱର୍ଗ ଲୋକ ,ତ୍ରେତେୟା ଯୁଗର ଲଙ୍କାପୁରି , ଦ୍ଵାପରେ ଯୁଗର ଦ୍ୱାରିକା ଓ କଳିଯୁଗର ହସ୍ତିନା ପୁତ୍ର ବିଷୟରେ କହିବା ଏହାର ନିର୍ମାଣ ବିଶ୍ୱକର୍ମା କରିଛନ୍ତି l
କିପରି ହେଲା ବିଶ୍ୱକର୍ମା ଙ୍କ ଉତ୍ପତି –
ଗୋଟିଏ ପୌରାଣିକ କଥା ଅନୁସାରେ ସୃଷ୍ଟିର ଆରମ୍ଭ ରେ ସର୍ବପ୍ରଥମେ ନାରାୟଣ ସାଗରରୁ ଶେଷ ନାଗ ଉପରେ ସାୟଂ କରି ପ୍ରକଟ ହେଲେ l ତାଙ୍କ ନାଭି କମଣ୍ଡଳୁ ରୁ ଚତୁର୍ମୁଖ ବ୍ରହ୍ମା ଦୃଷ୍ଟି ଗୋଚର ହେଉଥିଲେ ,ବ୍ରହ୍ମାଙ୍କ ପୁତ୍ର ଧର୍ମ ଓ ଧର୍ମ ଙ୍କ ପୁତ୍ର ଵାସ୍ତୁଦେବ l କୁହାଯାଏ ଯେ ଧର୍ମ ଙ୍କର ବସ୍ତୁ ନାମକ ସ୍ତ୍ରୀ ଙ୍କ ନିକଟରୁ ଉତ୍ପନ ବାସ୍ତୁ ସପ୍ତମ ସନ୍ତାନ ଥିଲେ , ଯିଏ ଶିଳ୍ପ ଶାସ୍ତ୍ରରେ ଖୁବ କୁଶଳୀ ଥିଲେ l ସେହି ବାସ୍ତୁ ଙ୍କର ଆଙ୍ଗିରସି ନାମକ ପତ୍ନୀ ଙ୍କ ନିକଟରୁ ବିଶ୍ୱକର୍ମା ଉତ୍ପନ୍ନ l ପିତା ଙ୍କ ଭଳି ବିଶ୍ୱକର୍ମା ମଧ୍ୟ ବାସ୍ତୁ କଳାରେ ନିପୁଣ ହେଲେ l ବିଶ୍ୱକର୍ମା ଙ୍କର ମନୁ , ମୟ ,ତ୍ଵତ୍ସତା ,ଶିଳ୍ପୀ ଓ ଦୈଵଜ୍ଞ ନାମରେ ୫ଟି ପୁତ୍ର ଥିଲେ l ତେଣୁ ଏହା ମଧ୍ୟ ମାନ୍ୟତା ରହିଛି ଯେ ସେମାନେ ଅଲଗା ଅଲଗା ଭାବରେ ବିଭିନ୍ନ ବାସ୍ତୁ ଶାସ୍ତ୍ରର ଉଦ୍ଭାବନ କରିଥିଲେ l ତେଣୁ ମନୁ ଙ୍କ ଲୁହା ସହିତ , ମୟଙ୍କୁ କାଠ ,ତ୍ବଷ୍ଟାଙ୍କୁ କଂସା ଏବଂ ତମ୍ବା ,ଶିଳ୍ପୀ ଙ୍କୁ ଇଟା ଓ ଦୈଵଜ୍ଞ ଙ୍କୁ ସୁନା ରୁପା ସହିତ ଯୋଡ଼ା ହୋଇଥାଏ l
ଚଳିତ ବର୍ଷ ଏହା ୧୭ ତାରିଖ ଶୁକ୍ରବାର ଦିନ କନ୍ୟା ସଂକ୍ରାନ୍ତିରେ ପାଳିତ ହେବ l କାରଣ ଏହିଦିନ ବିଶ୍ୱକର୍ମା ଜନ୍ମ ହୋଇଥିଲେ l

Comments are closed.