ନୂଆଦିଲ୍ଲୀ : ଆପଣ ପ୍ରାୟ ବର୍ଷା ଋତୁରେ ସାପ ଚାରିଆଡେ ବୁଲିବାର ଦେଖିଥିବେ । ଏହି ସମୟରେ ଚାରି ଆଡ଼େ ପାଣି ଭର୍ତ୍ତି ହୋଇ ଯାଇଥାଏ । ପାଣି ଭର୍ତ୍ତି ହୋଇଯିବା କାରଣରୁ ସାପ ଙ୍କ ଗାତ ଭିତରେ ମଧ୍ୟ ପାଣି ପଶି ଯାଇଥାଏ । ତେଣୁ ସାପ ମାନେ ଚାରିଆଡେ ବିଚରଣ କରି ଥାଆନ୍ତି ।
ଏହିଭଳି ଗୋଟିଏ ଦୃଶ୍ୟ ଦକ୍ଷିଣ ଭାରତର ଗୋଟିଏ ଗ୍ରାମରୁ ଦେଖିବାକୁ ମିଳିଛି । ଜଣେ ବ୍ୟକ୍ତି ଙ୍କ ଘର ଭିତରେ ଗୋଟିଏ ସାପ ଟିଏ ପଶି ଯାଇଥିଲା । ସେ ଏହାପରେ ସ୍ନେକ୍ ହେଲ୍ପ ଲାଇନ କୁ ଫୋନ୍ କରିଥିଲେ । ଶ୍ନେକ୍ ହେଲ୍ପ ଲାଇନ ପକ୍ଷରୁ ଜଣେ କର୍ମଚାରୀ ଆସି ସାପ ଟିକୁ ଉକ୍ତ ବ୍ୟକ୍ତିଙ୍କ ଘରୁ ବାହାର କରିବାକୁ ପ୍ରସ୍ତୁତ ହୋଇଥିଲେ ।
Never Judge a snake by it's tail ?@Pendrive_Baba pic.twitter.com/ytet6ps7bg
— Jude David (@judedavid21) September 6, 2021
ସେତେବେଲେ ସାପ ଟିର ଲାଞ୍ଜ ତାଙ୍କୁ ଖାଲି ଦେଖା ଯାଉଥିଲା । ତେଣୁ ତା ଲାଞ୍ଜ ଟିକୁ ଦେଖି ସେ ଭାବିଥିଲେ ଏହା ଏକ ସାଧାରଣ ସାପ । ତାକୁ ଯେତେବଳେ ଲାଞ୍ଜ ରୁ ଧରି ଘର ଭିତରୁ ଟାଣି ଆଣିଥିଲେ ତାହା ଏକ ବିରାଟ କାୟ ନାଗ ସାପ ଥିଲା । ଯିଏକି ଫଣା ଟେକି ଉକ୍ତ ବ୍ୟକ୍ତି ଙ୍କ ଆଡ଼କୁ ଚାହିଁ ରହିଲା । ତେଣୁ ସାପ କୁ କେବେବି ଦେଖି ଏଭଳି ରିସ୍କ ନିଅନ୍ତୁ ନାହିଁ ।

Comments are closed.