ଯୋଗର ଅର୍ଥ ଯୋଡିବା । ଜୀବାତ୍ମା ଙ୍କ ସହିତ ପରମାତ୍ମା ଙ୍କ ମିଳନ । ଯୋଗଗୁରୁ ମହର୍ଷି ପତାଞ୍ଜଳି ସମ୍ପୂର୍ଣ୍ଣ ଯୋଗକୁ ନିଜର ଯୋଗ ଦର୍ଶନ ମାଧ୍ୟମରେ ପ୍ରସ୍ତୁତ କରିଛନ୍ତି । ତାଙ୍କ ମତରେ ଯୋଗର ଅର୍ଥ ” ମନକୁ ଗୋଟିଏ ସ୍ଥାନରେ ସ୍ଥାପିତ କରିବା ” ହେଉଛି ଯୋଗ ।
ପ୍ରାଚୀନ ଭାରତୀୟ ସଂସ୍କୃତି ରେ ମୁନିଋଷି ମାନେ ଯୋଗ ଦ୍ଵାରା ଶରୀର , ମନ ଓ ଆତ୍ମାର ଶୁଦ୍ଧି ତଥା ପରମାତ୍ମା ଙ୍କ ପ୍ରାପ୍ତି ପାଇଁ ୮ପ୍ରକାରର ଯୋଗାସନ କୁ ଗୁରୁତ୍ଵ ଦେଇଥିଲେ । ଯାହାକୁ ଅଷ୍ଟାଙ୍ଗ ଯୋଗ କୁହାଯାଏ । ତାହା ହେଲା ଯମ , ନିୟମ , ଆସନ , ପ୍ରାଣାୟମ , ପ୍ରତ୍ୟାହାର , ଧାରଣା , ଧ୍ୟାନ ଓ ସମାଧି ।
ଶରୀର ଥିଲେ ରୋଗ ଅଛି , କିନ୍ତୁ ରୋଗ ଠାରୁ ଦୂରେଇ ରହିବା ପାଇଁ ଯୋଗ ଗୋଟିଏ ଅଦ୍ଭୁତ ମାଧ୍ୟମ । ଭାରତରେ କେଉଁ ପୁରୁଣା ସଭ୍ୟତାରୁ ଯୋଗର ମହତ୍ତ୍ଵ ରହିଛି । ଯୋଗର ଗୋଟିଏ ସ୍ଵତନ୍ତ୍ର ସ୍ଥାନ ଆମ ଭାରତୀୟ ସଭ୍ୟତାରେ ରହିଛି ।
ଯେଭଳି ଭାବରେ ବଞ୍ଚିବା ପାଇଁ ଖାଦ୍ୟ ଆବଶ୍ୟକ ସେହିଭଳି ସୁସ୍ଥ ରହିବା ପାଇଁ ଯୋଗ ଆବଶ୍ୟକ । ଜୀବନ ସହିତ ଯୋଗର ମିଳନ ଏକ ଆଧ୍ୟାତ୍ମିକ ମିଳନ , ଯେପରି ଭଗବାନଙ୍କ ସହିତ ଭକ୍ତର ମିଳନ ଅଟେ ।
ବର୍ତ୍ତମାନ୍ ସମାଜରେ ରୋଗର ଉତ୍ପତ୍ତି କୁ ଦେଖି ଯୋଗ ଗୋଟିଏ ଉତ୍ତମ ମାଧ୍ୟମ ବୋଲି ଆମେ ଭାବିବା ଆବଶ୍ୟକ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଆବେଦନ କ୍ରମେ ୨୭ସେପ୍ଟେମ୍ବର ୨୦୧୪ ରେ ସଂଯୁକ୍ତ ରାଷ୍ଟ୍ର ମହାସଭା ରେ ୧୭୭ ସଦସ୍ୟଙ୍କ ଦ୍ୱାରା ଅନ୍ତରଷ୍ଟ୍ରୀୟ ଯୋଗ ଦିବସ ଭାବରେ ମଞ୍ଜୁରୀ ମିଳିଥିଲା ।
ଯାହା ଫଳରେ ୨୧ ଜୁନ୍ ୨୦୧୫ ରେ ସାରା ବିଶ୍ୱରେ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳିତ ହେଲା । ପ୍ରଥମଥର ଏଥିରେ ୮୪ ଟି ଦେଶ ସାମିଲ ହୋଇଥିଲେ , ଯାହା ଗୋଟିଏ ବିଶ୍ବ ରେକର୍ଡ ସୃଷ୍ଟି କରିଥିଲା ।
ଯୋଗା ଶାସ୍ତ୍ର ପରମ୍ପରା ଅନୁସାରେ ୮୪ ଲକ୍ଷ୍ୟ ଆସନ ରହିଛି । ଯାହା ଜୀବଜନ୍ତୁଙ୍କ ନାମ ଅନୁସାରେ ରହିଛି । ଏହି ସମସ୍ତ ଆସନ ଗୁଡ଼ିକ ବିଷୟରେ ପ୍ରାୟ କେହି ଜାଣି ନାହାଁନ୍ତି । ତେଣୁ ମାତ୍ର ୮୪ଟି ଆସନକୁ ମୁଖ୍ୟତଃ ଗୁରୁତ୍ଵ ଦିଆଯାଇଛି । ବର୍ତ୍ତମାନ୍ ସମୟରେ କେବଳ ୩୨ଟି ଆସନ ମୁଖ୍ୟ ଅଟେ।

Comments are closed.