କୋମନା ସ୍ବାସ୍ଥ୍ୟକେନ୍ଦ୍ର ପରିସର ମଧ୍ୟରେ ଟିକାଦାନ କାର୍ଯ୍ୟକ୍ରମ ସମୀକ୍ଷା କଲେ ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ
ନୂଆପଡା- ୪/୬ : କୋମନା ଗୋଷ୍ଠୀ ସ୍ବାସ୍ଥ୍ୟ ପରିସର ମଧ୍ୟରେ ଟିକାଦାନ କାର୍ଯ୍ୟକ୍ରମକର ସମୀକ୍ଷା କରାଯାଇଛି। ଜିଲ୍ଲାର ଗ୍ରାମାଞ୍ଚଳରେ ୪୫ ରୁ ଉର୍ଦ୍ଧ ନାଗରିକଙ୍କୁ ଟିକାଦାନ ପାଇଁ ଆହ୍ବାନ କରି ଜିଲ୍ଲାରେ ଶତ ପ୍ରତିଶତ ନାଗରିକଙ୍କୁ ଟିକାକରଣ ଯୋଜନାରେ ସାମିଲ କରିବାକୁ ସମସ୍ତଙ୍କୁ ଆହ୍ବାନ କରିଛନ୍ତି। ରଘୁପାଲି ଅଙ୍ଗନୱାଡି କେନ୍ଦ୍ର କୁ ଯାଇ ସେଠାରେ ନାଗରିକଙ୍କ ସହ ଆଲୋଚନା କରିଛନ୍ତି। ଆଶା ଅଙ୍ଗନୱାଡି କର୍ମୀ ଏବଂ ସ୍ବାସ୍ଥ୍ୟ ମହିଳା ଏବଂ ପୁରୁଷ କର୍ମୀଙ୍କୁ ଟିକାଦାନ ପାଇଁ ସମସ୍ତ ନାଗରିକଙ୍କୁ ଟିକା ନେବାରେ କୌଣସି ପାର୍ଶ୍ଵପ୍ରତିକ୍ରିୟା ନାହିଁ ବୋଲି ଜନ ସଚେତନ ପାଇଁ ଆହ୍ବାନ କରିଛନ୍ତି।ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ଡଃ. ବିନୋଦ ବିହାରୀ ରଥ ସତ ପ୍ରତିଶତ ନାଗରିକଙ୍କୁ ଟିକାଦାନ ରେ ସାମିଲ ପାଇଁ ଆହ୍ବାନ କରିଛନ୍ତି।
Comments are closed.