Odisha news

ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କ ଘୋଷଣା :୧୩୫ ଟଙ୍କା କରୋନା ସହିତ ଲଢ଼ିବା ପାଇଁ ଦେବ ଗୁଗୁଲ

0

ନୂଆଦିଲ୍ଲୀ : ଭାରତରେ କରୋନା ମହାମାରୀର ଦ୍ୱିତୀୟ ଲହର ଭୟଙ୍କର ରୂପ ନେଇଛି l ଏଭଳି ସ୍ଥିତିରେ ଆମେରିକା ଟେକ କମ୍ପାନୀ ଗୁଗୁଲ ଭାରତକୁ କରୋନା ସହିତ ଲଢ଼ିବା ପାଇଁ ୧୩୫ କୋଟି ଟଙ୍କାର ଫଣ୍ଡ ଦେବାକୁ ଘୋଷଣା କରିଛି l ଏହି ଫଣ୍ଡ ଗୁଗୁଲ ପକ୍ଷରୁ ଗିଭ ଇଣ୍ଡିଆ ଓ ୟୁନିସେଫ କୁ ଦିଆଯିବ ,ଯାହା ଭାରତରେ ମେଡିକାଲ ସପ୍ଲାଏ ଓ ଯେଉଁ ପରିବାର କରୋନା ରେ ପ୍ରଭାବିତ ହୋଇଛନ୍ତି ତାଙ୍କୁ ସାହାଯ୍ୟ କରିବାରେ ବିନିଯୋଗ କରାଯିବ l

ଗୁଗୁଲ ସିଇଓ ସୁନ୍ଦର ପିଚାଇ ଏହାକୁ ନେଇ ଟ୍ୱିଟ ମଧ୍ୟ କରିଛନ୍ତି l ସେ ନିଜ ଟ୍ୱିଟ ରେ କହିଛନ୍ତି ଯେ ଭାରତରେ କରୋନା କାୟା ବିସ୍ତାର କରିଚାଲିଛି ଓ ଭାରତ ଏହାଦ୍ୱାରା ଖୁବ ପ୍ରଭାବିତ ହେଉଛି ,ଏହି ସମୟରେ ଗୁଗୁଲ ଓ ଗୁଗୁଲ ରେ କାମ କରୁଥିବା କର୍ମଚାରୀ ୟୁନିସେଫ ଓ ଗିଭ ଇଣ୍ଡିଆକୁ ୧୩୫ କୋଟି ଟଙ୍କା ଫଣ୍ଡ ଦେବେ l ଗୁଗୁଲ ଦ୍ୱାରା ଜାରି କରାଯାଇଥିବା ଏହି ଫଣ୍ଡିଙ୍ଗ ରେ ଆଡ଼ ଗ୍ରାଣ୍ଟସ ଅଛି l ଏହାର ଅର୍ଥ କୁ କ୍ୟାସ ଆକାରରେ ଦିଆଯିବ ନାହିଁ l ଗିଭ ଇଣ୍ଡିଆ  ଏହି ଫଣ୍ଡ ଜରିଆରେ ସେହି ପରିବାର ମାନଙ୍କର ସହାୟତା କରିବ ଯେଉଁମାନେ କରୋନା ରେ ପ୍ରଭାବିତ ହୋଇଛନ୍ତି l ୟୁନିସେଫ ଏହି ଫଣ୍ଡ ଜରିଆରେ ମେଡିକାଲ ସପ୍ଲାଏ ,ଅକ୍ସିଜେନ ଓ ଟେଷ୍ଟ କୀଟ ଯୋଗାଇବ l

ଏହି ଫଣ୍ଡ କୁ ଗୁଗୁଲ ରେ କାମ କରୁଥିବା ୯୦୦ କର୍ମଚାରୀଙ୍କ ଦ୍ୱାରା ଜମା କରାଯାଇଛି l ଏହି ୯୦୦ କର୍ମଚାରୀ ଭାରତକୁ କରୋନା ସହିତ ଲଢ଼ିବା ପାଇଁ ୩ .୭ କୋଟି ସହାୟତା ରାଶି ପଦାନ କରିଛନ୍ତି l ଗୁଗୁଲ କହିଛି ଏହି ଫଣ୍ଡିଙ୍ଗ ଜରିଆରେ ପବ୍ଲିକ ହେଲ୍ଥ କ୍ୟାମ୍ପେନ ପାଇଁ ଓ ଲୋକ ମାନଙ୍କ ଅବଗତ ପାଇଁ ବିଭିନ୍ନ ଜାଗାରେ କରୋନା ସଚେତନତା ବିଜ୍ଞାପନ ଲଗାଯିବ l ଏହି ଫଣ୍ଡ ଜରିଆରେ ଗୁଗୁଲ ଭାରତରେ ଗୁଗୁଲ ସର୍ଚ୍ଚ ,ଗୁଗୁଲ ମ୍ୟାପ ୟୁଟ୍ୟୁବ ଓ ଗୁଗୁଲ ଆଡ଼ ପାଇଁ ମଧ୍ୟ ସହାୟତା କରିବା l

Govt
Leave A Reply