Odisha news

ରାଜସ୍ୱ ନିରୀକ୍ଷକ ଙ୍କୁ ମାଡ଼ ମାରି ତହସିଲଦାର ଙ୍କ ଡ୍ରାଇଭର ଜେଲ ଗଲେ।

ବୋରିଗୁମ୍ମା (କେ.ସାକିଲି ଦୋରା )—-ବୋରିଗୁମ୍ମା ଥାନା ଅନ୍ତର୍ଗତ ଜାମୁଣ୍ଡା ଗ୍ରାମରେ ଜଣେ କର୍ଯ୍ୟରତ ରାଜସ୍ୱ ନିରୀକ୍ଷକ ଙ୍କୁ ବୋରିଗୁମ୍ମା ତହସିଲଦାର ଙ୍କ ଡ୍ରାଇଭର ମାଡ଼ ମାରି ଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୋଲିସ ସୂଚନା ମୁତାବକ ବୋରିଗୁମ୍ମା ତହସିଲଦାର ଙ୍କ ଡ୍ରାଇଭର ହେଉଛନ୍ତି କଙ୍କଡ଼ାଗୁଡା ଗ୍ରାମର ଗୌରାଙ୍ଗ ଗାଡବା। ନିଜ ର କିଛି ନିର୍ମାଣ ପାଇଁ ମେଟାଲ ଧରି ଯାଉଥିବା ବେଳେ ଜାମୁଣ୍ଡା ଆର ଆଇ ସର୍କଲ ର ରାଜସ୍ୱ ନିରୀକ୍ଷକ ହରି ଯାନୀ ରୟାଲିଟି ବାବଦକୁ ୧୦ ହଜାର ଟଙ୍କା ମାଗିଥିଲେ। ଡ୍ରାଇଭର ଜଣଙ୍କ ୧୦ ହଜାର ଟଙ୍କା ଦେଇ ରସିଦ ନେଇଥିଲେ। ପରେ ଉଭୟ ଙ୍କ ବଚସା ହୋଇଥିଲା। ବଚସା ମଧ୍ୟରେ ଗୌରାଙ୍ଗ ଉତକ୍ଷିପ୍ତ ହୋଇ ରାଜସ୍ୱ ନିରୀକ୍ଷକ ହରି ଯାନୀ ଙ୍କୁ ମାଡ଼ ମାରିଥିବା ନେଇ ବୋରିଗୁମ୍ମା ଥାନାରେ ଅଭିଯୋଗ ହୋଇଥିଲା। ଏତଲା ପରେ ଅଭିଯୁକ୍ତ ଗୌରାଙ୍ଗ କୁ ପ୍ରଥମ ଅଟକ ରଖି ପଚରାଉଚରା ପରେ ଅଭିଯୁକ୍ତ ପୋଲିସ ସାମନାରେ ସବୁ ମାନିଥିବା ଜଣାଯାଇଛି। ଏନେଇ ଥାନାରେ ଏକ ମାମଲା କେସ ନମ୍ବର ୪୪ / ୨୦୨୧ ଦଫା ୨୯୪,୩୨୩,୩୩୨,୩୭୯,୫୦୬,୩୪ ରୁଜୁ କରାଯାଇଛି। ଅଭିଯୁକ୍ତ ଗୌରାଙ୍ଗ କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଆଇଆଇସି ସଞ୍ଜୟ କୁମାର ମଣ୍ଡଳ ସୂଚନା ଦେଇଛନ୍ତି।
କେ.ସାକିଲି ଦୋରା।
Govt

Comments are closed.