Odisha news

ବୟସ ଜାଲିଆତିରେ ଧରାପଡ଼ିଲେ ଦୁଇବର୍ଷ ବାସନ୍ଦ ଦଳର କିଟ୍‌ ପ୍ରାୟୋଜକ ପାଇଁ ବିସିସିଆଇର ଟେଣ୍ଡର ଆହ୍ୱାନ

0

ନୂଆଦିଲ୍ଲୀ, ୩ା୮ (ଏଜେନ୍ସି) : ଘରୋଇ କ୍ରିକେଟ୍‌ରେ ବୟସ ଜାଲିଆତି ସମ୍ବନ୍ଧୀୟ ବିଶୃଙ୍ଖଳାକୁ ନେଇ ବିସିସିଆଇ ଏକ ନୂତନ ନୀତି ଆପଣାଇବାକୁ ନିଷ୍ପତ୍ତି ନେଇଛି । ୨୦୨୦-୨୧ ସିଜନରେ ବିସିସିଆଇର ଏକାଧିକ ବୟସ ବର୍ଗର ପ୍ରତିଯୋଗିତା ଖେଳାଯିବ । ଏହି ସମସ୍ତ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରୁଥିବା ଖେଳାଳିଙ୍କ ପାଇଁ ନୂଆ ନିୟମ ଲାଗୁ ହେବ । ନୂତନ ନୀତି ଅନୁଯାୟୀ ଯଦି ଖେଳାଳି ନିଜର ଭୁଲ୍‌ ସ୍ୱୀକାର କରନ୍ତି, ତେବେ ତାଙ୍କୁ କ୍ଷମା ଦିଆଯିବ । ନଚେତ୍‌ ବୟସ ଜାଲିଆତି ଧରାପଡ଼ିଲେ ଦୁଇବର୍ଷ ବାସନ୍ଦ କରାଯିବ ବୋଲି ବିସିସିଆଇ ନିଷ୍ପତ୍ତି ନେଇଛି । ଏହି ନୂତନ ନୀତି ଅନୁଯାୟୀ ଜଣେ ଖେଳାଳି ନକଲି ଜନ୍ମ ପ୍ରମାଣପତ୍ର ଦାଖଲ କରେ ଏବଂ ନିଜ ଜନ୍ମ ତାରିଖକୁ ବଦଳାଇ ଦେଇଥିବା ସ୍ୱୀକାର କରନ୍ତି, ତେବେ ତାଙ୍କୁ କ୍ଷମା ଦିଆଯିବ ।

Leave A Reply