Odisha news

ନୂଆବର୍ଷ ପାଳିବେନି ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର, ୩୧ ଡିସେମ୍ବର – ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଇଂରାଜୀ ନବ ବର୍ଷ ପାଳନ କରିବେ ନାହିଁ । ଆଣ୍ଠୁରେ ଯନ୍ତ୍ରଣା ପାଇଁ ସେ ଏହି ନିଷ୍ପତି ନେଇଛନ୍ତି । ତେଣୁ ଶୁଭେଚ୍ଛୁମାନଙ୍କୁ ନବୀନ ନିବାସ ନଆସିବା ଲାଗି କୁହାଯାଇଛି । ସୂଚନାଯୋଗ୍ୟ ଯେ ପ୍ରତିବର୍ଷ ବହୁ କର୍ମଚାରୀ , ସାମାଜିକ ସଂଗଠନ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନବ ବର୍ଷର ଶୁଭେଚ୍ଛା ଜଣାନ୍ତି । ତେବେ ପିପିଲି ଗଣଦୁଷ୍କର୍ମ ଘଟଣାରେ ପୀଡିତାଙ୍କୁ ନ୍ୟାୟ ଦାବିରେ ବିଜେପି ମହିଳାମୋର୍ଚ୍ଚା କର୍ମୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଚୁଡି ଦେବେ ବୋଲି ଘୋଷଣା କରିବା ପରେ ସୁରକ୍ଷା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା କାର୍ଯ୍ୟକ୍ରମ ବନ୍ଦ କରାଯାଇଥିବା ଆଲୋଚନା ହେଉଛି ।

Leave A Reply