ତିହିଡି, ୧୧/୦୯( ଯଦୁମଣି ପାଣିଗ୍ରାହୀ ) : ତିହିଡି ତହସିଲ କୁବେରା ପଞ୍ଚାୟତ ଅଧିନ ପତିସାହିରେ ଅଗ୍ନିକାଣ୍ଡ ଘଟି ଦୁଇ ପରିବାର ସର୍ବସ୍ୱାନ୍ତ ହୋଇଥିବା ସୂଚନା ମିଳିଛି । ବାସଗୃହ ନୁହେଁ ବରଂ ବାଡିରେ ଥିବା ଫାର୍ମରେ ନିଆଁ ଲାଗି ୩ ଶହ୫୦ରୁ ଉଦ୍ଧ୍ୱର୍ କୁକୁଡା ଓ ଛେଳି ଜୀବନ୍ତ ଦଗ୍ଧ ହୋଇଥିବା ଜଣାଯାଇଛି ।
ଗୁରୁବାର ରାତିରେ ସେମାନଙ୍କୁ ଖାଦ୍ୟ ଦେଇ କବାଟ ବନ୍ଦ କରି ମାଲିକ ଶୋଇଥିଲେ । ମାତ୍ର ରାତି ପ୍ରାୟ ୩ ଘଟିକାରେ ନିଆଁର ତାତି ତଥା ବାଉଁଶ ଜଳି ଫୁଟୁଥିବାର ଶବ୍ଦ ଶୁଣି ପରିବାର ଲୋକେ ଉଠିଥିଲେ । ନିମିଷକ ମଧ୍ୟରେ ·ରିଆଡେ ନିଆଁ ବ୍ୟାପି ଯାଇଥିଲା । ଦୁଇଟି ବଖରାରେ ରହିଥିବା ଏହି କୁକଡା ଓ ଛେଳି ଜୀବନ୍ତ ଦଗ୍ଧ ହୋଇଯାଇଥିଲେ ।
ଦମକଳ ବାହିନୀ ଘଟଣା ସ୍ଥଳରେ ପହଁଞ୍ଚô ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ସେତେବେଳକୁ ସବୁକିଛି ନଷ୍ଟ ହୋଇଯାଇଥିଲା । ଏଥିରେ ପ୍ରାୟ ଦେଢ ଲକ୍ଷ ଟଙ୍କା କ୍ଷତି ହୋଇଥିବା ପ୍ରକାଶ କରିଛନ୍ତି ବିପନ୍ନ । ରବିନ୍ଦ୍ର ପତିଙ୍କ ପୁଅ ସୂର୍ଯ୍ୟକାନ୍ତ ଓ ଲକ୍ଷ୍ମୀକାନ୍ତ ବିଗତ ୮ ବର୍ଷ ଧରି କୁକୁଡା ଚିଆଁ ରଖି ବଡ ହେବାପରେ ବିକ୍ରି କରିଥାନ୍ତି ।
ଏଥିସହ କେତେକ ଛେଳି ମଧ୍ୟ ପାଳିଥିଲେ । ଏହି ରୋଜଗାରରୁ ଦୁଇ ଜଣ ପରିବାର ପ୍ରତିପୋଷଣ କରିଥାନ୍ତି । ସମବାୟ ସମିତିରୁ ଋଣ ସହିତ ସ୍ଥାନୀୟ ସାହୁକାରଙ୍କ ଠାରୁ ଟଙ୍କା ସୁଧରେ ଆଣି ଏହି ବେପାରରେ ବିନିଯୋଗ କରିଥିଲେ । ଶୁକ୍ରବାର ପୂର୍ବାହ୍ନରେ ବିଲଣା ଆରଆଇ କ୍ଷେତ୍ରୀୟ ତଦନ୍ତ କରିଥିବା ବେଳେ ପଶୁ ବିଭାଗ ପକ୍ଷରୁ ମୃତ କୁକୁଡା ଓ ଛେଳିର ବ୍ୟବଚ୍ଛେଦ କରାଯାଇଛି । ବିପନ୍ନମାନଙ୍କର ଅନ୍ୟ କିଛି ବିକଳ୍ପ ବ୍ୟବସ୍ଥା ନଥିବାବେଳେ ସେମାନେ କିପରି ପୁଣି ଜୀବିକ ନିର୍ବାହ କରିବେ ସେନେଇ ପ୍ରଶାସନ ନିକଟରେ ଗୁହାରୀ କରିଛନ୍ତି ।
