ଅନୁଗୁଳ: କରୋନା ମହାମାରୀ ସମଗ୍ର ବିଶ୍ୱକୁ ଦୋହଲାଇ ଦେଇଛି । ଏଥିରେ ସମସ୍ତ କ୍ଷେତ୍ର ସହ ଶିକ୍ଷା କ୍ଷେତ୍ର ମଧ୍ୟ ପ୍ରଭାବିତ ହୋଇଛି । ଛାତ୍ର ଛାତ୍ରୀ ଯେଉଁ ମାନଙ୍କୁ ଦେଶର ଭବିଷ୍ୟତ ବୋଲି ବିବେଚନା କରାଯାଏ ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ପରୀକ୍ଷାର୍ଥୀ ମାନେ ମଧ୍ୟ ପରୀକ୍ଷା ଦେବାରୁ ବଚିଂତ ହୋଇଛନ୍ତି ।

ଏସବୁ ଅସୁବିଧା ସତ୍ୱେ ଛାତ୍ର ଛାତ୍ରୀ ମାନଙ୍କର ଅସୁବିଧା ଦୂର କରିବା ପାଇଁ ତଥା ଅଭିଭାବକ ମାନଙ୍କର ସେମାନଙ୍କ ଅସୁବିଧା ଦୂର କରିବା ପାଇଁ ସମସ୍ତ ବିଦ୍ୟାଳୟ ଅନଲାଇନ ଶିକ୍ଷା ଦାନ ପାଇଁ ତତ୍ପର ହୋଇ ଉଠିଛନ୍ତି । “କଳାପଟା ଓ ଖଡି ବିନା ପାଠପଢ଼ା ସମ୍ଭବ ନୁହେଁ” ର ମାନସିକତାକୁ ଭୁଲ ପ୍ରମାଣିତ କରି ବିଦ୍ୟାଳୟ ମାନେ ଅନଲାଇନ ଶିକ୍ଷା ଦେବାକୁ ଆଗେଇ ଆସିଲେ ଓ ସଫଳ ମଧ୍ୟ ହେଲେ । ଛାତ୍ର ଛାତ୍ରୀ ତଥା ଅଭିଭାବକ ମାନଙ୍କର ପ୍ରଯୁକ୍ତି ବିଦ୍ୟା ଜନିତ ଦକ୍ଷତା ବୃଦ୍ଧି ପାଇଲା ।

ଏନ.ଟି.ପି.ସି ତାଳଚେର ଥର୍ମାଲ ସ୍ଥିତ ଡି.ଏ.ଭି ପବ୍ଲିକ ସ୍କୁଲର ଅଧ୍ୟକ୍ଷ ଓ ଶିକ୍ଷକ ମାନଙ୍କର ଏହି ଅନଲାଇନ ଶିକ୍ଷା କ୍ଷେତ୍ରରେ ଉଲ୍ଲ୍ଖେନୀୟ ଅବଦାନ ରହିଛି । ଉପଯୁକ୍ତ ଆପ ସହାୟତାରେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସମସ୍ତ ଛାତ୍ର ଛାତ୍ରୀଙ୍କୁ ବିଭିନ୍ନ ପ୍ରକାରର ବୈଷୟିକ ସାଧନ ସହିତ ଶିକ୍ଷାଦାନ କରିଥିଲେ । ଘରେ ରହି ଛାତ୍ର ଛାତ୍ରୀ ମାନଙ୍କୁ ଓ ଅଭିଭାବକ ମାନଙ୍କୁ ଅନଲାଇନ ଶିକ୍ଷାଦାନ ପାଇଁ ଉତ୍ସାହିତ କରିଥିଲେ । ଏହି ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯାହାକି ବିଦ୍ୟାଳୟ ଅଧ୍ୟକ୍ଷ ନିଶିକାନ୍ତ କରଙ୍କ ପ୍ରେରଣା ଓ ତତ୍ୱାବଧାନ ବିନା ଅସମ୍ଭବ ଥିଲା ।

ଏହି ଅନଲାଇନ ମାଧ୍ୟମରେ ଦିଆ ଯାଉଥିବା ଶିକ୍ଷା ବିଷୟ ରେ ଅଧ୍ୟକ୍ଷ ଶିକ୍ଷକ ଶିକ୍ଷୟତ୍ରୀ ତଥା ଛାତ୍ର ଛାତ୍ରୀ ମାନଙ୍କର ମତାମତ କଣ ତଥା କେତେଦୂର ସଫଳ ହୋଇଛି ତାହା ଉଲ୍ଲ୍ଖେ ଯୋଗ୍ୟ । ଶିକ୍ଷୟତ୍ରୀ ଗାୟତ୍ରୀ ନନ୍ଦ କୁହନ୍ତି ଆମେ ସମସ୍ତେ ମିଶି ଲକ୍ ଡାଉନ୍ ସମୟରେ କିପରି ପିଲା ମାନଙ୍କୁ ଅନଲାଇନ ଓ ହ୍ୱାଟ୍ସଆପରେ ପାଠ ପଢ଼ାଇ ପାରିବୁ ତାକୁ ନେଇ ଯୋଜନା ପ୍ରସ୍ତୁତ କରିଥିଲୁ । ଯୋଜନା ଅନୁଯାୟୀ ସମସ୍ତ ବିଷୟ ଅନଲାଇନ କରି ପିଲାଙ୍କୁ ପଢ଼ାଇ ଥିଲୁ ।

LEAVE A REPLY

Please enter your comment!
Please enter your name here