କଙ୍ଗନା ରନୌତ ବଲିଉଡ୍‌ରେ ପ୍ରିୟାପ୍ରୀତି ଓ ଇଣ୍ଡଷ୍ଟ୍ରୀର ଡ୍ରଗ୍ସ ଲିଙ୍କ୍‌ ଉପରେ ବାରମ୍ବାର ବୟାନ ଦେଉଛନ୍ତି । ମୁମ୍ବାଇ ପୋଲିସ ସହ ସୁରକ୍ଷିତ ମନେ କରୁ ନ ଥିବା ସେ କିଛିଦିନ ତଳେ କହିଥିଲେ । କଙ୍ଗନା ଟ୍ୱିଟ୍‌ କରି କହିଛନ୍ତି, ‘ଶିବସେନା ନେତା ସଞ୍ଜୟ ରାଉତ ମୋତେ ମୁମ୍ବାଇ ନ ଫେରିବାକୁ ଖୋଲାଖୋଲି ଧମକ ଦେଇଛନ୍ତି । ମୁମ୍ବାଇର
ଗଳିରେ ଆଜାଦିର ଗ୍ରାଫିଟି ଓ ଏବେ ଖୋଲା ଧମକ, ମୁମ୍ବାଇ ପାକିସ୍ତାନ ଅଧୀକୃତ କଶ୍ମୀର ଭଳି ଅନୁଭବ କାହିଁକି ଦେଉଛି ?’ ସେ ଏବେ ତାଙ୍କ ହୋମ୍‌ଟାଉନ୍‌ ମନାଲିରେ ଅଛନ୍ତି । କଙ୍ଗନା କହିଥିଲେ- ନାରକୋଟିକ୍ସ କଣ୍ଟ୍ରୋଲ ବୁ୍ୟରୋକୁ ସାହାଯ୍ୟ କରିବାକୁ ଚାହୁଁଛି କିନ୍ତୁ ମୋତେ ସୁରକ୍ଷା ଦରକାର । ଏହା ଉପରେ ବିଜେପି ନେତା ରାମ କଦମ ମହାରାଷ୍ଟ୍ର ସରକାରଙ୍କୁ ଟ୍ୱିଟ୍‌ କରି ପ୍ରଶ୍ନ ଉଠାଇଥିଲେ । କଙ୍ଗନା ଜବାବ ଦେଇଥିଲେ ସେ କେନ୍ଦ୍ର ବା ହିମାଚଳ ପ୍ରଦେଶଠୁ ସୁରକ୍ଷା ଚାହୁଁଛନ୍ତି

LEAVE A REPLY

Please enter your comment!
Please enter your name here