ଆମେରିକାର କଲମ୍ବସ୍‌ ଏଲିମେଣ୍ଟ୍ରି ସ୍କୁଲକୁ ଯିବାପାଇ ପ୍ରତିଦିନ ଅନେକ ଛାତ୍ରଛାତ୍ରୀଙ୍କୁ ଅନ୍ତର୍ରାଷ୍ଟ୍ରୀୟ ସୀମା ପାର୍‌ କରିବାକୁ ପଡ଼ିଥାଏ । ପାସ୍‌ପୋର୍ଟ ବିନା ପଢ଼ିବା ପ୍ରାୟ ଅସମ୍ଭବ । ଏହି ସ୍କୁଲରେ ୬୦୦ ଛାତ୍ରଛାତ୍ରୀ ପଢ଼ନ୍ତି ଯେଉଁଥିରୁ ପ୍ରାୟ ୪୨୦ ପିଲା ସୀମା ପାର୍‌ କରି ସ୍କୁଲରେ ପହଞ୍ଚିଥାନ୍ତି । ମେକ୍ସିକୋର ପ୍ୟୋର୍ତୋ ପାଲୋମସ୍‌ରେ ବହୁତ ପିଲା ଏହି ସ୍କୁଲକୁ ଆସିବା ପାଇଁ ପାସପୋର୍ଟ ଦେଖାଇଥାନ୍ତି । ପିଲାମାନେ ଏହି ସ୍କୁଲକୁ ଆସିବାର କାରଣ ମେକ୍ସିକୋରେ ଥିବା ସ୍କୁଲରେ ସ୍ପେନିଶ ଭାଷାରେ ପାଠ ପଢ଼ାଯାଏ ଯେତେବେଳେ କି ଆମେରିକାରେ ଇଂଲିଶ୍‌ରେ । ମେକ୍ସିକୋ ଲୋକଙ୍କ ଧାରଣା ଯେ ଇଂଲିଶ୍‌-ମାଧ୍ୟମ ପାଠରେ ଭବିଷ୍ୟତ ଅଛି ।

 

LEAVE A REPLY

Please enter your comment!
Please enter your name here