Odisha news

ବାଂଲାଦେଶର ଶ୍ରୀଲଙ୍କା ଗସ୍ତ ବାତିଲ

0

ଦୁବାଇ,୨୪ା୬(ଏଜେନ୍ସି): ଜୁଲାଇରେ ଶ୍ରୀଲଙ୍କା ଓ ବାଂଲାଦେଶ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଖେଳାଯିବାର ଥିଲା । କିନ୍ତୁ ବୁଧବାର କରୋନା ମହାମାରୀ ପାଇଁ ବାଂଲାଦେଶ କ୍ରିକେଟ୍‌ ଦଳର ଶ୍ରୀଲଙ୍କାଗସ୍ତ ବାତିଲ ହୋଇଛି । ଏନେଇ ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ପକ୍ଷରୁ ଟ୍ୱିଟରରେ ସୂଚନା ଦିଆଯାଇଛି । ଶ୍ରୀଲଙ୍କା କ୍ରିକେଟ୍‌ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ, ବାଂଲାଦେଶର କିଛି ଖେଳାଳି କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିବା ସହ ଶ୍ରୀଲଙ୍କାଗସ୍ତ ପାଇଁ ପ୍ରସ୍ତୁତି ସମ୍ପୂର୍ଣ୍ଣ ହୋଇନଥିବାରୁ ବାଂଲାଦେଶ ଶୃଙ୍ଖଳାରୁ ଓହରିଯାଇଥିବା କୁହାଯାଇଛି । ସେହିଭଳି ବାଂଲାଦେଶ କ୍ରିକେଟ୍‌ ବଲ୍‌ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, କରୋନା ମହାମାରୀ ଯୋଗୁଁ ବର୍ତ୍ତମାନର ସ୍ଥିତି କ୍ରିକେଟ୍‌ ପାଇଁ ଅନୁକୂଳ ନୁହେଁ । ଏଦୃଷ୍ଟିରୁ ଗସ୍ତ ବାତିଲ ପାଇଁ ନିଷ୍ପତ୍ତି ନିଆଯାଇଛି । ପରବର୍ତ୍ତୀ ସମୟରେ ଉଭୟ ଦେଶର କ୍ରିକେଟ୍‌ ବୋର୍ଡ ମିଳିତ ସହମତିରେ ଶୃଙ୍ଖଳାର ପୁନଃ ସୂଚୀ ପ୍ରସ୍ତୁତ ହେବ । ସେହିଭଳି ମଙ୍ଗଳବାର ଦିନ ନୁ୍ୟଜିଲାଣ୍ଡ ଦଳ ବାଂଲାଦେଶ ଗସ୍ତକୁ ବାତିଲ କରିଥିଲା । ବର୍ତ୍ତମାନ ଏସୀୟ ରାଷ୍ଟ୍ର ଗୁଡିକରେ କରୋନା ସଂକ୍ରମଣ ଭୟାଭହ ସ୍ଥିତିରେ ପହଞ୍ଚିଛି । ତେଣୁ ଅଣଏସୀୟ ରାଷ୍ଟ୍ର ଗୁଡିକ କ୍ରୀଡା ପ୍ରତିଯୋଗିତା ପାଇଁ ମନା କରିଛନ୍ତି । ଆଗାମୀ ଅଗଷ୍ଟ, ସେପେଫମ୍ବର ବେଳକୁ ଆଇସିସି ଟେଷ୍ଟ
ଚାମ୍ପିଅନ୍‌ସିପ୍‌ର ଦୁଇଟି ମ୍ୟାଚ୍‌ ନୁ୍ୟଜିଲାଣ୍ଡ ଓ ବାଂଲାଦେଶ ମଧ୍ୟରେ ଖେଳାଯାଇଥାନ୍ତା ।

Nalco
Leave A Reply