Odisha news

ଭାରତରେ ପହଞ୍ଚିଲା ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ କାର ବିଷ୍ଟ୍-୨.୦, ଜାଣନ୍ତୁ ଏହାର ବିଶେଷତ୍ତ୍ୱ

0

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସନ୍ତା ୨୪ ତାରିଖରେ ଭାରତ ଗସ୍ତରେ ଆସୁଛନ୍ତି । ଏହା ପୂର୍ବରୁ ତାଙ୍କ ବିଶ୍ୱବିଖ୍ୟାତ ଲିମୋଜିନ କାର ‘ବିଷ୍ଟ୍‍’ ଭାରତର ପହଞ୍ଚିସାରିଛି । ଏହି କାରକୁ ବିଶ୍ୱର ସବୁଠାରୁ ସୁରକ୍ଷିତ ଓ ଅତ୍ୟାଧୁନିକ କାର ବୋଲି କୁହାଯାଉଛି । ଏହି କାରର ବିଶେଷତ୍ୱ ହେଉଛି ଏହି କାର ଉପରେ କ୍ଷେପଣାସ୍ତ୍ର ବା ବୋମା ମାଡ଼ କଲେ ମଧ୍ୟ ଏଥିରେ ବସିଥିବା ରାଷ୍ଟ୍ରପତି ସୁରକ୍ଷିତ ରହିପାରିବେ । ଭାରତକୁ ଆସିଥିବା ଲିମୋଜିନଟି ୨୦୧୮ରେ ଆମେରିକା ରାଷ୍ଟ୍ରପତିଙ୍କ ସେବାରେ ସାମିଲ ହୋଇଥିଲା । ଏହାକୁ କୁହାଯାଉଛି ବିଷ୍ଟ୍‍୨.୦ ।
ଏହି କାରକୁ ସ୍ୱତନ୍ତ୍ରଭାବେ ଜେନେରାଲ ମୋଟର୍ସ ପକ୍ଷରୁ ଆମେରିକା ରାଷ୍ଟ୍ରପତିଙ୍କ ପାଇଁ ନିର୍ମାଣ କରାଯାଇଥାଏ । ସମଗ୍ର ବିଶ୍ୱରେ ଏହି କାର ଅନ୍ୟ କୌଣସି ଦେଶକୁ ବିକ୍ରି କରେ ନାହିଁ ଏହି କମ୍ପାନି । ଏହି କାରକୁ ଏକ ସ୍ୱତନ୍ତ୍ର କାର୍ଗୋର୍ ବିମାନ ସି-୧୭ ଗ୍ଲୋବମାଷ୍ଟର ମାଧ୍ୟମରେ ପ୍ରେରଣ କରାଯାଇଥାଏ । ଭାରତକୁ ମଧ୍ୟ ଏହି ବିମାନରେ ବିଷ୍ଟ୨.୦ ଆସିଛି ।

ଏହାର ଏକ ବଡ଼ ବିଶେଷତ୍ତ୍ୱ ହେଉଛି ଏଥିରେ ରହିଛି ଆମେରିକାର ନ୍ୟୁକ୍ଲିଅର କୋଡ । ଏହି କାର ମଧ୍ୟରୁ ଆମେରିକା ରାଷ୍ଟ୍ରପତି ପରମାଣୁ ଆକ୍ରମଣ ପାଇଁ ନିର୍ଦ୍ଦେଶ ଦେଇପାରିବେ । ଇନଫ୍ରାରେଡ ସିଷ୍ଟମ ରହିଛି, ଫଳରେ ଏହା ରାତିଅନ୍ଧାରରେ ଚାଲିପାରିବ । ଏଥିରେ ନିଜସ୍ୱ ଅମ୍ଲଜାନ ବ୍ୟବସ୍ଥା ରହିଛି । ଏଥିରେ କେତେକ ଅସ୍ତ୍ରଶସ୍ତ୍ର ମଧ୍ୟ ରହିଛି, କିନ୍ତୁ ଏ ସଂପର୍କରେ ଆମେରିକାର ଗୁଇନ୍ଦା ସଂସ୍ଥା କୌଣସି କଥା ପ୍ରକାଶ କରେ ନାହିଁ ।

Leave A Reply