Odisha news

ଶ୍ରୀସନ୍ଥଙ୍କ ଉପରୁ ବାସନ୍ଦାଦେଶ ହଟିଲା; କ୍ରିକେଟ ପଡ଼ିଆକୁ ଫେରିବାକୁ ହେଉଛନ୍ତି ପ୍ରସ୍ତୁତ

0

କୋଚି : ଭାରତୀୟ କ୍ରିକେଟ୍‍ ଦଳର ପୂର୍ବତନ ପେସ୍‍ ବୋଲର ଶାନ୍ତାକୁମାରନ୍‍ ଶ୍ରୀସନ୍ଥଙ୍କ ଉପରୁ ବାସନ୍ଦାଦେଶ ହଟିଛି । ଶ୍ରୀଶାନ୍ତଙ୍କ କ୍ରିକେଟ୍‍ ଖେଳିବା ଉପରେ ବିସିସିଆଇ ଲଗାଇଥିବା ୭ ବର୍ଷର ବାସନ୍ଦ ଅବଧି ସମାପ୍ତ ହୋଇଯାଇଛି। ଆଜିଠାରୁ ଶ୍ରୀସନ୍ଥ ସମସ୍ତ ପ୍ରକାର କ୍ରିକେଟ୍‍ ଖେଳିପାରିବେ। ଆଇପିଏଲରେ ସ୍ପଟ୍‍ ଫିକ୍ସିଂ କରିବା କାରଣରୁ ଅନ୍ୟ ୨ ଜଣ କ୍ରିକେଟରଙ୍କ ସହ ଶ୍ରୀସନ୍ଥ କ୍ରିକେଟ୍‍ ଖେଳିବାରୁ ବାସନ୍ଦ ହୋଇଥିଲେ।

ପ୍ରଥମେ ଶ୍ରୀସନ୍ଥଙ୍କୁ ଆଜୀବନ ବାସନ୍ଦ କରାଯାଇଥିଲା । ପରେ ଏହି ଦଣ୍ଡ ବିରୋଧରେ ସେ ଆଇନର ଆଶ୍ରୟ ନେଇଥିଲେ । ୩୭ ବର୍ଷୀୟ ଶ୍ରୀସନ୍ଥ ପୂର୍ବରୁ କହିଥିଲେ ଯେ, ପ୍ରତିବନ୍ଧକ ହଟିବା ପରେ ସେ ଦ୍ୱିତୀୟ ଥର ଘରୋଇ କ୍ରିକେଟରେ ପାଦ ଦେବେ । ସେ କେରଳ ତରଫରୁ ଖେଳିବେ ବୋଲି କହିଥିଲେ । କେରଳ କ୍ରିକେଟ ବୋର୍ଡ ମଧ୍ୟ ଫିଟନେସ୍ ପ୍ରମାଣ ହେଲେ ଶ୍ରୀସନ୍ଥଙ୍କୁ ସୁଯୋଗ ଦେବ ବୋଲି କହି ସାରିଛି ।

Leave A Reply