Odisha news

୨ କୋଭିଡ୍ ସନ୍ଦିଗ୍ଧଙ୍କ ଶବ ସଂସ୍କାର ପାଇଁ ସହାୟତା କଲା ଟିମ ହୁ୍ୟମେନିଟି : ପୋଲିସ ,ପ୍ରଶାସନ ଓ ପୌର ନିର୍ବହୀ ଅଧିକାରଙ୍କ ଉପସ୍ଥିତିରେ ହେଲା ସମ୍ପର୍ଣ୍ଣ

0

ଫୁଲବାଣୀ ( ସନ୍ତୋଷ ମିଶ୍ର ) : ଆଜି ୨ କୋଭିଡ୍ ସନ୍ଦିଗ୍ଧଙ୍କର ଫୁଲବାଣୀ ଡାକ୍ତରଖାନାରେ ଚିକିସôିତ ଅବସ୍ଥାରେ ମୃତୁ୍ୟ ହୋଇଥିଲା । ସେମାନଙ୍କ ମଧ୍ୟରୁ ଫୁଲବାଣୀ ଗଣେଷ ବଜାରର ଜଣେ ୭୫ ବର୍ଷିୟ ପୁରୁଷ ହୋଇଥିବାବେଳେ ଆଉ ଜଣେ ଅମଲାପଡା ଅଂଚଳର ଜଣେ ୮୦ ବର୍ଷର ମହିଳା ଅଟନ୍ତି । ତେବେ ସେମାନଙ୍କର ଶବ ସଂସ୍କାର ପାଇଁ ତାଙ୍କ ଆଖପାଖ ଅଂଚଳର କେହି ନଆସିବାରୁ କନ୍ଧମାଳ ଟିମ ହୁ୍ୟମାନିଟିକୁ ଜିଲ୍ଲା ପ୍ରଶାସସନ ତରଫରୁ ଏହି କାର୍ଯ୍ୟରେ ସହାୟତା ପାଇଁ ଅନୁରୋଧ କରାଯାଇଥିଲା । ଏଥିରେ ଟିମ ହୁ୍ୟମାନିଟିର ସଦସ୍ୟ ମାନେ ତୁରନ୍ତ ପ୍ରସ୍ତୁତ ହେବା ସହିତ ସଦସ୍ୟ ମାନେ କୋଭିଡ ହସପିଟାଲରେ ପହଂଚିବା ସହିତ ସମସ୍ତେ ପିପିଇ କିଟ୍ ପିନ୍ଧି ସ୍ଥାନୀୟ ଏଫ୍ସିଆଇ ଛକ ନିକଟରେ ଥିବା ଶ୍ମସାନରେ କୋଭିଡ ନିୟମ ଅନୁସାରେ ୨ଟି ଶବ ସଂସ୍କାର କରିଥିଲେ ।

ସେଠାରେ ଉଭୟ ମୃତକଙ୍କ ପରିବାରର ସ୍ୱଳ୍ପ ସମ୍ପର୍କିୟଙ୍କ ସମେତ ପୋଲିସ ଜିଲ୍ଲା ପ୍ରଶାସନିକ ଅଧିକାରୀ ଫୁଲବାଣୀ ପୌରାଂଚଳର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଉପସ୍ଥିତିରେ ଏହି ଦୁଇଟି ଶବକୁ ସଂସ୍କାର କରାଯାଇଛି । ଟିମ ହୁ୍ୟମାନିଟିର ଏହି ମାନବିକତା ପୁର୍ଣ୍ଣ କାର୍ଯ୍ୟକୁ ଜିଲ୍ଲା ପ୍ରଶାସନ ସମେତ ଜିଲ୍ଲାର ବିଭିନ୍ନ ବୁଦ୍ଧୀଜୀବି ମହଲରେ ପ୍ରଶଂସା କରାଯାଇଛି । ସୁଚା ଯୋଗ୍ୟ ଟିମ ହୁ୍ୟମାନିଟି ଗତ କଚି ଦିନ ହେଲା ଫୁଲବାଣୀ ସମେତ ସମଗ୍ର କନ୍ଧମାଲ ଜିଲ୍ଲାରେ ସଡକ ଦୁର୍ଘଟଣାର ଆହତ ମାନଙ୍କ ସହିତ ସ୍ନେକ ହେଲ୍ପଲାଇନ୍ ଜରିଆରେ ଲୋକଙ୍କ ଘରେ ପଶିଥିବା ସାପକୁ ଧରିବା ସହିତ ତାକୁ ନେଇ ସୁରକ୍ଷିତ ଭାବରେ ଜଙ୍ଗଲରେ ଛାଡିବା,ରକ୍ତଦାନ କ୍ଷେତ୍ରରେ କାର୍ଯ୍ୟ କରିବା ଭଳି ଅନ୍ୟାନ୍ୟ ସେମା ମୁଳକ କାର୍ଯ୍ୟରେ ଅସହାୟ ଲୋକଙ୍କୁ ସେବା ଦେଇ ଆସୁଛି । ତେବେ ଆଜିର ଏହି କାର୍ଯ୍ୟ ପାଇଁ ଟିମ ହୁ୍ୟମାନିଟିର ସଦସ୍ୟ ମାନଙ୍କୁ ଜିଲ୍ଲାର ସବୁ ସ୍ତରରୁ ପ୍ରଶଂସାର ସୁଅ ଛୁଟିଛି ।

Nalco
Leave A Reply