Odisha news

ରବିଧାନ ସଂଗ୍ରହ ପାଇଁ ଚାଷୀ ନାମ ପଞ୍ଜୀକରଣ ସମୟସୀମା ବୃଦ୍ଧି

0

ଭୁବନେଶ୍ୱର : କରୋନା ଭୂତାଣୁ ସଂକ୍ରମଣ (କୋଭିଡ୍‍-୧୯)ର ମୁକାବିଲା କରାଯିବା ନିମନ୍ତେ ଓଡ଼ିଶା ସମେତ ସାରା ଦେ ଶରେ ଲ କ୍‍ ଡାଉନ୍‍ (ତାଲାବନ୍ଦ ) ଜାରି କରାଯାଇଥିବା ପରିପ୍ରେକ୍ଷୀରେ ରବି ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜୀକରଣର ସମୟସୀମାକୁ ଅପ୍ରେଲ୍‍ ୧୪ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରକାଶ କରିଛନ୍ତିା
ରବିଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜୀକରଣ ସମୟସୀମା ଅପ୍ରେଲ୍‍ ୭ ତାରିଖ ଯାଏ ଥିଲାା ପୂର୍ବ ବିଜ୍ଞପ୍ତି ଅନୁଯାୟୀ ଚାଷୀମାନେ ଅନ୍‍ଲାଇନ୍‍ ମାଧ୍ୟମରେ ମାର୍ଚ୍ଚ ୧ ତାରିଖରୁ ଅପ୍ରେଲ୍‍ ୭ ତାରିଖ ମଧ୍ୟରେ ସେମାନଙ୍କର ନାମ ନୂତନ ଭାବେ ପଞ୍ଜୀକରଣ କିମ୍ବା ପଞ୍ଜୀକୃତ ନାମକୁ ନବୀକରଣ କରିବା ପାଇଁ ସମୟସୀମା ଧାର୍ଯ୍ୟ କରାଯାଇଥିଲାା ନୂତନ ନିର୍ଦ୍ଦେଶନାମା ଅନୁଯାୟୀ ନାମ ପଞ୍ଜୀକରଣ ତାଲିକା ସମ୍ବନ୍ଧରେ ଆପତ୍ତି ଓ ଅଭିଯୋଗର ଦାଖଲ କରିବାର ସମୟସୀମାକୁ ମଧ୍ୟ ଅପ୍ରେଲ୍‍ ୨୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛିା ଭୂତାଣୁ ସଂକ୍ରମଣକୁ ଏଡ଼ାଇବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ସାମାଜିକ ଦୂରତ୍ୱକୁ ବଜାୟ ରଖି ନାମ ପଞ୍ଜୀକରଣ କାର୍ଯ୍ୟ କରିବା ପାଇଁ ବିଭାଗ ପକ୍ଷରୁ ସଂପୃକ୍ତ ପ୍ରାଥମିକ କୃଷି ସମବାୟ ସମିତି, ଲ୍ୟମ୍ପସ୍‍ ଆଦିକୁ ନିର୍ଦ୍ଦେଶ ଦିଆଯାଇଛିା ଆଜି ପର୍ଯ୍ୟନ୍ତ ରାଜ୍ୟର ୧୭ଟି ଜିଲ୍ଲାର ୧ ଲକ୍ଷ ୮୩ ହଜାର ୧୬୫ ଜଣ ଚାଷୀ ସେମାନଙ୍କର ନାମ ପଞ୍ଜୀକରଣ ଓ ନବୀକରଣ କରିଛନ୍ତିା

Nalco
Leave A Reply